Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ବଞ୍ଜରା ସମାଜ ପକ୍ଷରୁ ଓଏଏସ ପାଇଥିବା ପ୍ରତିଭା ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା।

କଳାହାଣ୍ଡି:୩୧/୧୦
ଖବରଦାତା—ସନତ କୁମାର ପ୍ରଧାନୀ
କଳାହାଣ୍ଡି ଜିଲ୍ଲା ବଞ୍ଜରା ସମାଜ ସଙ୍ଘ ପକ୍ଷରୁ ଚଳିତ ବର୍ଷ ପ୍ରଶାସନିକ ସେବା ରେ ସଫଳତା ଅର୍ଜନ କରିଥିବା ବଞ୍ଜରା ସମାଜ ର ଯୁବ ପ୍ରତିଭା ଙ୍କୁ ଜିଲ୍ଲା ସଙ୍ଘ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଛି। ଚଳିତ ବର୍ଷ କୋକସରା ବ୍ଲକ ହଂସପଡା ଗ୍ରାମ ର ରାଜେନ୍ଦ୍ର ନାଏକ ଙ୍କ ଝିଅ ଶିବାନୀ ନାଏକ ଓଏଏସ ପରୀକ୍ଷାରେ ୬୧୮ ରେଙ୍କ ଓ ଜୟପାଟଣା ବ୍ଲକ ପୁଝାରିଗୁଡା ଗ୍ରାମର ରୋହିତ ନାଏକ ଙ୍କ ପୁଅ ଭୋଲେଶ୍ୱର ନାଏକ ଓଏଏସ ପରୀକ୍ଷାରେ ୩୪୧ ରେଙ୍କ ରେ ଉତ୍ତୀର୍ଣ୍ଣ ହୋଇ ବଞ୍ଜରା ସମାଜ ର ଟେକ ରଖିଥିବା ବେଳେ ତାଙ୍କ ବଞ୍ଜରା ସମାଜ ପକ୍ଷରୁ ଜିଲ୍ଲା ସଭାପତି ଯଶୋବନ୍ତ ସିଂ ନାଏକ, ସମ୍ପାଦକ ବୁଦ୍ଧିରାମ ନାଏକ, ଉପ ସଭାପତି ପର୍ଶୁରାମ ନାଏକ, କୋଷାଧ୍ୟକ୍ଷ ଗୋବିନ୍ଦ ନାଏକ, ଉପଦେଷ୍ଟା କମିଟି ର ସଭାପତି ଜୟଲାଲ ନାଏକ ଖଗେଶ୍ବର ନାଏକ, ରତନ ନାଏକ, ସୁଶିଳ ନାଏକ, ସତ୍ୟ ନାଏକ, ରାଜୁ ନାଏକ ପ୍ରମୁଖ ଉପସ୍ଥିତ ରହି ଦୁଇ ଯୁବ ପ୍ରତିଭା କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ଆଗାମୀ ଭବିଷ୍ୟତ ଉଜ୍ଜଳମୟ କାମନା କରିଥିଲେ।