ସମ୍ବଲପୁର:ଜୁଯୋମୁରା ବ୍ଲକ ମହୁଲପାଲିସ୍ଥିତ ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ତରଫରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଏକ ସ୍ୱତନ୍ତ୍ର ଦୁର୍ନୀତି ନିବାରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ମହାବିଦ୍ୟାଳୟରେ ଅଧ୍ୟକ୍ଷ ଗିରିଶ ପଟ୍ଟନାୟକଙ୍କ ଅଧ୍ୟକତାରେ ଅନୁଷ୍ଠିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଦୁର୍ନୀତି ନିବାରଣ ଶାଖା, ସମ୍ବଲପୁର ଉପଖଣ୍ଡ ଉପ ଆରକ୍ଷୀ ଅଧିକ୍ଷକ ସୁଜାତା ପଣ୍ଡା ଯୋଗ ଦେଇ ଦୁର୍ନୀତି କାରଣ ଓ ତାର ନିରାକରଣ ସମ୍ପର୍କ ରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ | ସମ୍ମାନିତ ଅତିଥି ଭାବେ ଏ. ଏସ. ଆଇ ଅକ୍ଷୟ କୁମାର ସାମନ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ | ଦୁର୍ନୀତି ବିରୋଧ ରେ ସଚେତନତା ସୃଷ୍ଟି ପାଇଁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପୂର୍ବରୁ ଅନୁଷ୍ଠିତ ପ୍ରବନ୍ଦ, ଚିତ୍ରାଙ୍କନ, ତର୍କ ପ୍ରତିଯୋଗିତାର ସଫଳ କୃତି ପ୍ରତିଯୋଗୀ ମାନଙ୍କୁ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଏନ. ଏସ. ଏସ କାର୍ଯ୍ୟକ୍ରମ ଅଧିକାରୀ ଶାନ୍ତନୁ ପଧାନ ସଂଯୋଜନା କରି ଥିବା ବେଳେ ଓଡ଼ିଆ ଅଧ୍ୟାପକ ମନୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟମଣ୍ଡିତ କରିଥିଲେ |