ସମ୍ବଲପୁର:ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ର ଓଡିଆ ବିଭାଗ ଆନୁକୁଲ୍ୟ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଡକ୍ଟର୍ ପୁଷ୍ପାଞ୍ଜଳି ରବନା ଙ୍କ ପରିଚାଳନା ରେ “ସ୍ବାଧୀନତା ପରବର୍ତ୍ତୀ ଓଡିଆ ସାହିତ୍ୟ” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ବୋିଦ୍ଧିକ ସଭାରେ ରାଜେଶ ନାଏକ, ଟିକେଶ୍ବରୀ ନାୟକ, ଜୁଲି ଡଙ୍ଗି,ରଶ୍ମିତା ରଣା ଓ ପ୍ରତୀକ୍ଷା ବେହେରା ସ୍ବାଧୀନତା ପରବର୍ତ୍ତୀ ଓଡିଆ ଗଳ୍ପ, ଉପନ୍ୟାସ, କବିତା, ନାଟକ ଓ ପ୍ରବନ୍ଧ ସାହିତ୍ୟ ର ବେିଶଷ୍ଠତା ସମ୍ପର୍କ ରେ ସ୍ବରଚିତ ପ୍ରବନ୍ଧ ପାଠ କରି ଥିଲେ।ଏହି ସେମିନାର ରେ ବିଶିଷ୍ଠ ଲେଖକ ଗୋପୀନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତି,ମନୋଜ ଦାସ, ବିଭୂତି ପଟ୍ଟନାୟକ, ସଚ୍ଚି ରାଉତରାୟ, ଜଗଦୀଶ ମହାନ୍ତି, ପ୍ରତିଭା ରାୟ, ମନୋରଞ୍ଜନ ଦାସ ଓ ବିଜୟ ମିଶ୍ର ଙ୍କ ଅବଦାନ ସମ୍ପର୍କ ରେ ଆଲୋଚନା କରା ଯାଇଥିଲା।ଉପସ୍ଥାପିତ ପ୍ରବନ୍ଧ ଗୁଡିକ ର ସମୀକ୍ଷା କରାଯାଇ ଥିଲା।ଗୀତାଞ୍ଜଳି ମିର୍ଦ୍ଧା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସୁମିତ୍ରା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।