Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୋଟସମଲାଇ ସ୍ଥିତ ହନୁମାନ ଛକରେ ତୁଳସୀ ରାମାୟଣ, ସୁନ୍ଦରାକାଣ୍ଡ ପରାୟଣ କାର୍ଯ୍ୟକ୍ରମ

ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ହନୁମାନ ଛକ ଠାରେ ଆଜି କୋଟସମଲାଇ ଗ୍ରାମବାସୀଙ୍କ ଉଦ୍ୟମରେ ଶୁଭ ଦୀପାବଳୀ ଅବସରରେ ତୁଳସୀ ରାମାୟଣ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଥିଲା । ସକାଳ ୮ଟାରୁ ପୂଜା ଆରମ୍ଭ , ୧୦ଟାରୁ ସୁନ୍ଦରାକାଣ୍ଡ ପାରାୟଣ ଓ ଅପରାହ୍ନ ୩ଟାରେ ପ୍ରସାଦସେବନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସୁନ୍ଦରାକାଣ୍ଡ ପାରାୟଣ କାର୍ଯ୍ୟକ୍ରମରେ ଗାୟିକା ଭାବରେ ବଲାଙ୍ଗୀର ର ସୁଶ୍ରୀ ପ୍ରାପ୍ତି ଆଚାର୍ଯ୍ୟ ଓ ସହଯୋଗୀ ଗାୟିକା ଭାବରେ ସୁଶ୍ରୀ ବିଜ୍ଞେସି ବାରିକ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁନ୍ଦରାକାଣ୍ଡ ପାରାୟଣ ସହ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ହଜାର ହଜାର ସଂଖ୍ୟାରେ ଭକ୍ତ ତଥା ଶ୍ରଦ୍ଧାଳୁ ଯୋଗ ଦେଇ ଥିଲେ ।