ବଜାର ଯାଉଥିବା ବେଳେ ବୃଦ୍ଧଙ୍କ ଉପରେ ମାଡ଼ିଗଲା ବୋଲେରୋ


ସୋନପୁର: ବଜାର ଯାଉଥିବା ବେଳେ ବୃଦ୍ଧଙ୍କ ଉପରେ ମାଡ଼ିଗଲା ବୋଲେରୋ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ପିତାମହୁଲ ଛକର ସୁବଳୟା ରାସ୍ତାର ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି । ମୃତ ବୃଦ୍ଧ ହେଲେ ପ୍ରେମାନନ୍ଦ ଖେତୀ (୭୦) ।

ସବୁଦିନ ପରି ଆଜି ସକାଳେ ବୃଦ୍ଧ ଜଣଙ୍କ ସୁବଳୟା ଦୈନିକ ବଜାରକୁ ଚାଲି ଚାଲି ଯାଉଥିଲେ । ସୁବଳୟା ରାସ୍ତା ଉପରେ ଏକ ବୋଲେରୋ ଆସି ବୃଦ୍ଧଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି । ସ୍ଥାନୀୟ ଲୋକେ ବୃଦ୍ଧଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।