Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ:ସତ୍ୟନିଷ୍ଠ,ସଛୋଟତା ଓ ସାହାସକିତା, ହିଁ ସମୃଦ୍ଧଶାଳୀ ରାଷ୍ଟ୍ର ଗଠନର ମୂଳମନ୍ତ୍ର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି I ଏଥିରେ ସମ୍ବଲପୁର ଏସ୍.ପି ମୁକେଶ କୁମାର ଭାମୁ (ଆଇ.ପି.ଏସ୍.) ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଜିଏମ୍ ବିଶ୍ବବିଦ୍ୟାଳୟର ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ଜ୍ଞାନରଞ୍ଜନ ସ୍ବାଇଁ, ଭିଜିଲାନ୍ସ ଏସ୍.ପି ସରୋଜ କୁମାର ସାମଲ, ଅତିରିକ୍ତ ଏସ୍.ପି ଅନନ୍ତ ପ୍ରସାଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ I ସମ୍ବଲପୁର ଏସ୍.ପି ଶ୍ରୀ ମୁକେଶ କୁମାର ଭାମୁ (ଆଇ.ପି.ଏସ୍.) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଜିର ଯୁବପିଢି ର ସତ୍ୟନିଷ୍ଠ / ସଛୋଟତା, ସାହାସକିତା, ହିଁ ସମୃଦ୍ଧ ଶାଳୀ ରାଷ୍ଟ୍ର ଗଢିବାର ମୂଳମନ୍ତ୍ର ବୋଲି କହିଥିଲେ I ଯୁବପିଢି ନିଜ ପରିବାର, ସମାଜ ଓ ଦେଶ ର ସମୃଦ୍ଧି ପାଇଁ ସଚୋଟତା, ସାହାସକିତା ଏବଂ ନିଜର ଜ୍ଞାନ କୌଶଳ କୁ ଅସ୍ତ୍ର ଭାବେ ମଧ୍ୟ ପ୍ରୟୋଗ କରିବାକୁ ଶ୍ରୀ ଭାମୁ ଆହ୍ଵାନ ଦେଇଥିଲେ I ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ରେ ମଧ୍ୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଏହି ସଭାରେ ବିଜେତା ଙ୍କୁ ପୁରସ୍କୃତ କରାଯାଇଥିଲା I ବିଦ୍ୟାଳୟ ସ୍ତର ରେ ପ୍ରବନ୍ଧ ପ୍ରତିଯୋଗିତା ରେ ପ୍ରଥମ ପୁରସ୍କାର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚିପିଲିମାର ରୁପାଲି ପଣ୍ଡା, ଦ୍ବିତୀୟ ପୁରସ୍କାର ଲେଡି ଲୁଇସ୍ ବାଳିକା ଉଚ୍ଚ ବିଦ୍ୟାଳୟର ନମ୍ରତା ମେହେର ଓ ତୃତୀୟ ପୁରସ୍କାର ବାଳିକା ଉଚ୍ଚ ବିଦ୍ୟାଳୟ ର ମିତାଲି ବେହେରା ପାଇଥିଲେ। ବକ୍ତୃତା ପ୍ରତିଯୋଗିତାରେ ଲେଡି ଲୁଇସ୍ ବାଳିକା ଉଚ୍ଚ ବିଦ୍ୟାଳୟର ସ୍ୱୟଂ ସିଦ୍ଧା ପାଢ଼ୀ ପ୍ରଥମ ଓ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚିପିଲିମାର ରୀମା ମେହେର ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। କୁଇଜ୍ ପ୍ରତିଯୋଗିତା ପାଇଁ ବାଳିକା ଉଚ୍ଚ ମାଧ୍ୟମିକ ବୁଦ୍ଧରାଜାର ମନୀଷା ନାୟକ ପ୍ରଥମ, ସରକାରୀ ଉଚ୍ଚ ବିଦ୍ୟାଳୟ, ବୁଢାରଜା ନିଖିଲ କୁମାର ପୂଜାରୀ ଦ୍ବିତୀୟ ଓ ସରକାରୀ ଉଚ୍ଚ ମାଧ୍ୟମିକ ବୁଦ୍ଧରାଜାର ଲିପ୍ସା ସେନାପତି ତୃତୀୟ ସ୍ଥାନ ଅଧିକାର କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ଲେଡି ଲୁଇସ୍ ବାଳିକା ଉଚ୍ଚ ବିଦ୍ୟାଳୟର ଅଲିଭାମୟୀ ସୁପାକର ପ୍ରଥମ, ଶ୍ରୀ ଗଣେଶ ସରକାରୀ ହାଇସ୍କୁଲର ସୋମପ୍ରୀତ ଗହୀର ଦ୍ବିତୀୟ ଓ ଶ୍ରୀ ଗଣେଶ ସରକାରୀ ହାଇସ୍କୁଲର ଅଭିଷେକ ବାଗ ତୃତୀୟ ପୁରସ୍କାର ହାସଲ କରିଥିଲେ I ମହାବିଦ୍ୟାଳୟ ସ୍ତର ପାଇଁ, ବକ୍ତୃତା ପ୍ରତିଯୋଗିତାରେ ସରକାରୀ ମହିଳା ମହାବିଦ୍ୟାଳୟ ର ବର୍ଷାରଣୀ ଶତପଥୀ ପ୍ରଥମ ସ୍ଥାନ, ଏନଏସି ମହାବିଦ୍ୟାଳୟ ର ଶୀତଲ ଶର୍ମା ଦ୍ବିତୀୟ ସ୍ଥାନ, କୁଚିଣ୍ଡା ମହାବିଦ୍ୟାଳୟ ର ନନ୍ଦିତା ପଟେଲ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରବନ୍ଧ ପ୍ରତିଯୋଗିତା ରେ ପ୍ରଥମ ପୁରସ୍କାର ସରକାରୀ ମହିଳା ମହାବିଦ୍ୟାଳୟ ର ଦୀପ୍ତି ରାଉତ, ଦ୍ବିତୀୟ ପୁରସ୍କାର କୁଚିଣ୍ଡା ମହାବିଦ୍ୟାଳୟ ପୂଜରାଣୀ ବେହେରା, ତୃତୀୟ ପୁରସ୍କାର ବିଜିଡ଼ି କଲେଜ , କେସେଇବାହାଲ ର ପୂଜା ଡିଲା ପାଇଥିଲେ। କୁଇଜ୍ ପ୍ରତିଯୋଗିତା ରେ ସରକାରୀ ମହିଳା ମହାବିଦ୍ୟାଳୟ ର ଶିବାନୀ ସାହୁ ଓ କାବ୍ଯାଶ୍ରୀ ଦଳବେହେରା ପ୍ରଥମ ସ୍ଥାନ, ଭୀମଭୋଇ ଡିଗ୍ରୀ ମହାବିଦ୍ୟାଳୟ ର ସନ୍ତୋସିନୀ ବିଶ୍ଵାଳ ଓ ଚନ୍ଦନ ସାହୁ ଦ୍ବିତୀୟ ସ୍ଥାନ, ଏନଏସସିବି ମହାବିଦ୍ୟାଳୟ ର ସୌମ୍ଯା ସୌଭାଗ୍ୟ ବଳ ଓ ଆକାଶ ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଥିଲେ। ଚିତ୍ରାଙ୍କନ ପ୍ରତିଯୋଗିତାରେ ସରକାରୀ ମହିଳା ମହାବିଦ୍ୟାଳୟ ର ଆଶ୍ରିତ ଦୀପ ପ୍ରଥମ, ଭେଦିକ ଡିଗ୍ରୀ କଲେଜ ର ତିଳକେଶ ସେଠ ଦ୍ବିତୀୟ, ଭେଦିକ ଡିଗ୍ରୀ କଲେଜ ର ପାୟଲ ପଟେଲ ଓ ଡ଼ି.ଏସ. କଲେଜ ର ସୁଶ୍ମିତା କାଲୋ ତୃତୀୟ ସ୍ଥାନ ରେ ପୁରସ୍କୃତ ହୋଇଥିଲେ I ପୋଷ୍ଟର-କମ-କ୍ୟାପ୍ସନ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ସରକାରୀ ମହିଳା ମହାବିଦ୍ୟାଳୟ ଅକଙ୍କ୍ଶ୍ଯା ପ୍ରିୟଦର୍ଶିନୀ ହୋତା, ଦ୍ବିତୀୟ ପୁରସ୍କାର ପାର୍ବତୀ ଗିରି କଲେଜ ର ଜାମିନୀ ବିଶ୍ଵାଳ ଓ ଭେଦିକ ଡିଗ୍ରୀ କଲେଜ ର ଅଙ୍କିତା ରାଣା, ତୃତୀୟ ପୁରସ୍କାର ପାର୍ବତୀ ଗିରି କଲେଜ ର କିରନ ଅମନ୍ତା ପାଇଥିଲେ। ଏହି ପରିପ୍ରେକ୍ଷୀରେ ସାଧାରଣ ନାଗରିକ ମାନଙ୍କୁ ଦୁର୍ନୀତି ନିବାରଣ ନିମନ୍ତେ ସଚେତନ କରାଇବା ପାଇଁ ଜିଲ୍ଲା ପ୍ରସାଶନ ଏବଂ ଭିଜିଲାନ୍ସ ବିଭାଗ ର ମିଳିତ ସହଯୋଗ ରେ ସମ୍ବଲପୁର ର ସି.ଏସ.ବି. ଜିଲ୍ଲା ସ୍କୁଲ ରୁ ଗୋଳବଜାର ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ରାଲି ର ମଧ୍ୟ ଆୟୋଜନ କରଯାଇଥିଲା। ଏହି ସଚେତନତା ଶୋଭାଯାତ୍ରାରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, ଏସ୍ଏଚ୍ଜି ସଦସ୍ୟ ଓ ପ୍ରମୂଖ ଅଧିକାରୀମାନେ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories