Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପାଇଁ ଉପମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ବଲପୁର ଗସ୍ତ

ସମ୍ବଲପୁର: ରାଜ୍ୟ ଉପମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଉପସଚିବ ଡ. ଲକ୍ଷ୍ମୀ ପ୍ରସାଦ ସାହୁ ସମ୍ବଲପୁର ଗସ୍ତ କରି ଜିଲ୍ଲାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକଳାପ ତଦାରଖ କରିଛନ୍ତି I ସେ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର ୨୪,୨୫,୨୬,୪୨,୭୩,୭୪ ବୁଥ୍ ପରିଦର୍ଶନ କରିଥିଲେ I ପର୍ଯ୍ୟବେକ୍ଷକ ଓ ବୁଥ୍ ସ୍ତରୀୟ ଅଧିକାରୀଙ୍କ ଓରିଏଣ୍ଟେସନ୍ ପ୍ରଶିକ୍ଷଣ ଆୟୋଜନ କରିବା ସହ ନଭେମ୍ବର ୨, ୧୦, ୧୬ ଓ ୨୪ ତାରିଖରେ ୪ଟି ପର୍ଯ୍ୟାୟରେ ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ନୂତନ ଭୋଟର୍ ପଞ୍ଜୀକରଣ, ଭୋଟର୍ କାର୍ଡରେ ସଂଶୋଧନ କରିବାକୁ ପରାମର୍ଶ ଦେଇଥିଲେ I ରେଙ୍ଗାଲି ବ୍ଲକ ଉନ୍ନୟନ ଅଧିକାରୀ ପ୍ରୀତମ କୁମାର ତନ୍ତୀ, ତହସିଲଦାର ରେଙ୍ଗାଲି ତକ୍ଷକ ରାଜ ଭିତ୍ରିଆ, ଉପଜିଲ୍ଲାପାଳ ସଞ୍ଜୀବ ମେହେର, ଉପଜିଲ୍ଲାପାଳ ଅଭିଷେକ କିଷାନ, ସହକାରୀ ଜିଲ୍ଲାପାଳ ସୁଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ