Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିକିଲିପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ; ହଷ୍ଟେଲ କାନ୍ଥ କୁ ଲାଗି ବିଦ୍ୟୁତ ଟ୍ରାନସଫର୍ମର, ବିପଦରେ ଛାତ୍ରଙ୍କ ଜୀବନ

ଜମନକିରା : ଜମନକିରା ବ୍ଲକ ଟିକିଲିପଡ଼ା ପଞ୍ଚାୟତ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଛାତ୍ରାବାସ ରହିଛି। ଏହି ଛାତ୍ରାବାସରେ ପ୍ରାୟ ୮୦ ରୁ ଅଧିକ ଛାତ୍ର ଅବସ୍ଥାପିତ ଅଛନ୍ତି। ତେବେ ହଷ୍ଟେଲ ପାଚେରୀ କାନ୍ଥ କୁ ଲାଗି ଏକ ବିଦ୍ୟୁତ ଉଚ୍ଚ ସମ୍ପନ୍ନ ଟ୍ରାନ୍ସଫର୍ମର ରହିଥିବା ବେଳେ ଛାତ୍ର ମାନେ ସଦାବେଳେ ସେହି ପାଖାପାଖି ବୁଲାବୁଲି କରିଥାନ୍ତି। ବିଦ୍ୟୁତ ଟ୍ରାନଫୋର୍ମର କୁ ଲାଗି ଛାତ୍ର ମାନଙ୍କ ପାଇଁ ଏକ ଗଭୀର ନଳ କୁପ ଅଛି। ଯୋଉଠିକି ପିଲାମାନେ ପାଣି ପାଇଁ ଯାଇଥାନ୍ତି। ପୁଣି ଟ୍ରାନ୍ସଫର୍ମର ଚାରିକଡେ ଗଛଲତା ବିଛେଇ ହୋଇ ରହିଛି। ଯଦ୍ୱାରା ବିଦ୍ୟୁତ ସଂସ୍ପର୍ଶରେ କେହି ବି ଆସି ଜୀବନ ପ୍ରତି ବିପଦ ହୋଇପାରେ। ଏହା ବହୁ ବର୍ଷ ଧରି ଏଭଳି ସ୍ଥିତି ରହିଥିଲେ ସୁଦ୍ଧା ସ୍କୁଲ କର୍ତ୍ତୃପକ୍ଷଙ୍କ କେମିତି ଏଥିପ୍ରତି ନଜର ନାହିଁ ତାହା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।