ସମଲେଶ୍ବରୀ ସାହିତ୍ୟ ସଂସଦର ସ୍ଵନକ୍ଷତ୍ର ଉତ୍ସବ: ସୁବାସ ନାୟକ ପରିବାରକୁ ପରିବେଶ ଯୋଦ୍ଧା ସମ୍ମାନ


ସମ୍ବଲପୁର:ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ମହକୁମାରେ ଆଜି ସମଲେଶ୍ବରୀ ସାହିତ୍ୟ ସଂସଦର ଦ୍ୱାଦଶତମ ସ୍ଵନକ୍ଷତ୍ର ଉତ୍ସବ ସଂସଦର ସଭାପତି ଶୋଭା ଚନ୍ଦ୍ର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ତାମିଲନାଡୁ ର ଟିରୁବନ୍ନ ପଳାଇ ବୈଦିକ ବିଶ୍ଵବିଦ୍ୟାଳୟ ର କୁଳପତି ଡ .ହରିହର କାନୁନଗୋ ମୁଖ୍ୟ ଅତିଥି, ସମ୍ବଲପୁର ବି ଇ ଡି କଲେଜ୍ ର ସହକାରୀ ପ୍ରଫେସର ମମତା ସାହୁ ମୁଖ୍ୟବକ୍ତା, ଝାରସୁଗୁଡା ଜିଲ୍ଲା ପରିଷଦ ର ଉନ୍ନୟନ ଅଧିକାରୀ ପ୍ରବୀର ନାୟକ ଓ ନାଟ୍ୟକାର ଡ଼ ଦ୍ବାରିକା ନାଥ ନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସାହିତ୍ୟ ମାଧ୍ୟମରେ ସମାଜ ସଂସ୍କାର ହୋଇ ପାରିବ ବୋଲି କହି ଥିଲେ । ଉତ୍ସବରେ ବିଶିଷ୍ଟ ପରିବେଶ ବିତ ଓ ସାହିତ୍ୟିକ ସୁବାସ ଚନ୍ଦ୍ର ନାୟକ ଓ ତାଙ୍କ ଧର୍ମ ପତ୍ନୀ ଶିକ୍ଷୟିତ୍ରୀ ପଙ୍କଜିନୀ ନାୟକ ଙ୍କୁ ଅତିଥି ଗଣମାନ ପତ୍ର,ଉପଢ଼ୌକନ ,ସ୍ମୁତି ଚିହ୍ନ ଓ ଫୁଲ ତୋଡା ଦେଇ ମିଳିତ ଭାବରେ “ପରିବେଶ ଯୋଦ୍ଧା ଦମ୍ପତ୍ତି ସମ୍ମାନ” ପ୍ରଦାନ କରା ଯାଇଥିଲା ।ପ୍ରକାଶ ଥାଉକି, ଉଭୟେ ବିଗତ କେଇ ବର୍ଷ ହେଲେ ସମ୍ବଲପୁର ଜିଲ୍ଲାରେ ବନୀ କରଣ ଓ ବନ୍ୟ ପ୍ରାଣୀ ସୁରକ୍ଷା ପାଇଁ କାର୍ଯ୍ୟ କରି ଆସୁଥିଲେ । ଏବେ ଦୁଇ ବର୍ଷ ହେଲା କୋଲାବିରା ବ୍ଲକ ରେ ମଧ୍ୟ ସେଇ ସମାନ କାମ କରି ଉଚ୍ଚ ପ୍ରଶଂସିତ ହୋଇ ପାରିଛନ୍ତି । ଏହି ମାନପତ୍ର ଟିକୁ ଶିକ୍ଷକ ସଚିନ୍ଦ୍ର ପଟେଲ ପାଠ କରିଥିଲେ ।ଏଥି ସହ ଆଉ କୋଡ଼ିଏ ଜନ ସାରସ୍ଵତ ପ୍ରତିଭାଙ୍କୁ ମଧ୍ୟ ଅତିଥି ଗଣ ସମ୍ମାନିତ କରିଛନ୍ତି । ଅତିଥି ଗଣ ମୁଖପତ୍ର ଅଗ୍ନିତିର୍ଥ କୁ ଉନ୍ମୋଚନ କରିଥିଲେ ।ଏହା ପରେ ତ୍ରିଲୋକ୍ୟ ମହାପାତ୍ରଙ୍କ ସଂଯୋଜନାରେ ଅର୍ଦ୍ଧ ଶତାଧିକ କବି କବିତା ପାଠ କରିଥିଲେ ।ଶେଷରେ ସମ୍ପାଦକ କୀର୍ତ୍ତି ଚନ୍ଦ୍ର ବହିଦାର ଧନ୍ୟବାଦ୍ ଅର୍ପଣ କରିଥିଲେ ।