Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

କ୍ରୀଷ୍ଣା ଆଦିବାସୀ କ୍ଳବ ପକ୍ଷରୁ ୨୯ତମ ଫୁଟବଳ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ

ସମ୍ବଲପୁର:କ୍ରୀଷ୍ଣା ଆଦିବାସୀ କ୍ଳବ ଆନୁକୂଲ୍ୟରେ ଆଜି ୨୯ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବବୃବାହନ ଭୋଇ ( ନିର୍ଗୁଣପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ) ଓ ସମ୍ମାନୀୟ ଅତିଥି ଭାବରେ ବିଜୁ ସ୍ମୃତି କମିଟିର ସମ୍ପାଦକ ଦୁଲାଲ ଚନ୍ଦ୍ର ରାୟ ଉପସ୍ଥିତ ହୋଇ ପୂଜାର୍ଚ୍ଚନା କରି ରିଭନ କାଟି ଖେଳାଡି ପରିଚୟ କରି ମେଚ ଆରମ୍ଭ କରିଥିଲେ।ଏହି ଅବସରରେ କ୍ରୀଷ୍ଣା ଆଦିବାସୀ କ୍ଳବ ସଭାପତି ସୁରେଶ ଓରାମ,କ୍ରୀଷ୍ଣା ଆଦିବାସୀ କ୍ଳବ ସମ୍ପାଦକ ଭୀମ ଓରାମ ପ୍ରମୁଖ ଉପସ୍ଥିତ ଥିଲାବେଳେ ଏହି କାର୍ଯ୍ୟକ୍ରମକୁ କ୍ଳବର ସଦସ୍ୟ ଅଜିତ ଓରାମ, ଜଗଦୀଶ ଓରାମ,ସୁରଜ ଓରାମ,ଶକ୍ତି ଚୌଧୁରୀ, ରବିନ ଓରାମ,ପୁଷ୍ପକ ଓରାମ,ଶୋଭା ଓରାମ ପ୍ରମୁଖ ଅନେକ ସଦସ୍ୟ ସହଯୋଗ କରିଥିଲେ।ପ୍ରକାଶ ଥାଉକି ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଗୋଟି ଦଳ ଭାଗ ନେଇଛନ୍ତି।ଆଜି ପ୍ରଥମ ମେଚ ହପ୍ରିଆବାହଲ ଓ ରାନିବନ୍ଧ କ୍ଳବ ଭିତରେ ଆରମ୍ଭ ହୋଇଥିଲା।