Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଡ଼ିଓଙ୍କ ସହ ହାତାହାତି ଘଟଣାରେ ସାମ୍ୱାଦିକ ଗିରଫ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତ ୧ ତାରିଖ ସନ୍ଧ୍ୟା ବେଳେ ସୋନପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ତଥା ପୌର ଅଧିକାରୀ ସୌମ୍ୟ ରଂଜନ ସ୍ବାଇଁ ଙ୍କ ସହ ଯୁକ୍ତି ତର୍କ, ଦୁର୍ବବ୍ୟବହାର ପ୍ରଦର୍ଶନ ଓ ମାରପିଟ ଘଟଣାରେ ଜେଲଗଲେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଧୀରେନ୍ଦ୍ର ଦାନୀ। ସୂଚନା ଅନୁସାରେ ଗତକାଲି ସଂଧ୍ୟାରେ ସଦର ବିଡିଓଙ୍କୁ ସମ୍ପୃକ୍ତ ଗଣମାଧ୍ୟମ ପ୍ରତିନିଧି ଦୁର୍ବବ୍ୟବହାର ପ୍ରଦର୍ଶନ, ସରକାରୀ କାର୍ଯ୍ୟରେ ବାଧାଦେବା, ଜୋର ଜବରଦସ୍ତ ବିନା ଅନୁମତିରେ କାର୍ଯ୍ୟାଳୟକୁ ପ୍ରବେଶ, ଅଶ୍ଳିଳ ଭାଷା ପ୍ରୟୋଗ କରିବା ତଥା ଆକ୍ରମଣ କରିବା ବିଷୟରେ ସୋନପୁର ସଦର ଥାନାରେ ସଂଧ୍ୟା ୬ଟା ବେଳେ ବିଡିଓଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ସନ୍ଧ୍ୟା ୮ ଟା ରୁ ଥାନାରେ ଅଟକ ଗଣମାଧ୍ୟମ ପ୍ରତିନିଧିକୁ ବିଳମ୍ବିତ ରାତିରେ ପୋଲିସ ଗିରଫ କରି ଜମାନତ ଖାରଜ ହେବା ପରେ ଜେଲକୁ ପଠେଇ ଦିଆଯାଇଥିଲା। ପୋଲିସ ପ୍ରଶାସନ ପକ୍ଷରୁ ଅଭିଯୁକ୍ତ ସାମ୍ବାଦିକ ଧିରେନ୍ଦ୍ର ଦାନୀଙ୍କୁ ଭାରତୀୟ ନ୍ୟାୟ ସଂହିତା 115(2) ,132 ,121(1) ,309(6), 351(3),332(c) ଧାରାରେ ମାଜିଷ୍ଟ୍ରେଟଙ୍କ ଆଗରେ ଉପସ୍ଥାପନ କରି ବେଲ ନ ମିଳିବାରୁ ଜେଲ ହାଜତକୁ ପଠେଇ ଦିଆଯାଇଥିଲା। ସେପଟେ ମୁଁ ଆରଟିଆଇ ତଥ୍ୟ ସଂଗ୍ରହ ପାଇଁ ବ୍ଲକ୍ କୁ ଯାଇଥିବା ବେଳେ ମୋତେ ବିଡ଼ିଓ ଆକ୍ରମଣ କରିଛନ୍ତି ବୋଲି ବିଡିଓଙ୍କ ନାଁ ରେ ପାଲଟା ଅଭିଯୋଗ କରି ଥାନାରେ ରାତି ୮ ଟା ବେଳେ ଏଫ୍ଆଇଆର୍ ପ୍ରଦାନ୍ କରିଥିଲେ ଶ୍ରୀ ଦାନୀ। ତାଙ୍କୁ ଥାନାରେ ଅଟକ ରଖି ରାତି ପ୍ରାୟ ୧ ଟା ପରେ ଗିରଫ କରିବା ସହ ତରବରିଆ ଭାବେ କୋର୍ଟ ଚାଲାଣ କରି ରାତି ୨ଟା ବେଳେ ଜେଲକୁ ପଠାଇ ଦିଆଯାଇଥିଲା। ରାତି ୨ ଟା ରେ ଜଣେ ସାମ୍ବାଦିକଙ୍କୁ କୋର୍ଟ ଚାଲାଣ କରିବା ଘଟଣାକୁ କିଛି କାର୍ଯ୍ୟରତ ସାମ୍ୱାଦିକ ପ୍ରତିବାଦ କରିବା ସହ ଏସପିଙ୍କ ଜରିଆରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିରେ ସୋନପୁର ଜିଲ୍ଲାର ଗଣପତି ବାଘ, ବେଣୁଧର ପ୍ରଧାନ, ଧରଣୀଧର ମିଶ୍ର, ସନ୍ତୋଷ ମିଶ୍ର, ମନୋଜ ମିଶ୍ର, ସରୋଜ ପଧାନ, ସ‌ହଦେବ ମେହେର, ନରୋତ୍ତମ ମଲ୍ଲିକ, ସୁଶାନ୍ତ ପଣ୍ଡା, ସୁଶାନ୍ତ ସାହୁ, ମଣ୍ଟୁ ମିନ୍ତ୍ରା ପ୍ରମୁଖ ଏସ୍‌ପିଙ୍କ ସହିତ ଆଲୋଚନାରେ ସାମିଲ ହୋଇଥିଲେ।