Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାମ୍ୱାଦିକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସୁରକ୍ଷା ଦାବୀ କଲେ ବ୍ଲକ କର୍ମଚାରୀ ଏଵଂ ପ୍ରତିନିଧି

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ବିଡିଓ ଓ ସାମ୍ୱାଦିକ ମାଡପିଟ୍ ଘଟଣା ପରେ ଶନିବାର ଦିନ ସଦର ବ୍ଳକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ପିଇଓ ଏହି ଘଟଣାର ଦୃଢ଼ ନିନ୍ଦା କରି ବିଡିଓଙ୍କୁ ଦୁର୍ବବ୍ୟବହାର ପ୍ରଦର୍ଶନ କରିବା ତଥା ଆକ୍ରମଣ କରିବାର ପ୍ରତିବାଦ ଜଣାଇଛନ୍ତି। କର୍ମଚାରୀମାନେ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଦୋଷୀ ବିରୁଦ୍ଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛନ୍ତି।ତେବେ ଜିଲ୍ଲାପାଳ ବ୍ଳକର ସମସ୍ତ କର୍ମଚାରୀଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବାକୁ ଓ ଏହା ଦୁର୍ଭାଗ୍ୟଜନକ ଘଟଣା କହି ଅଭିଯୁକ୍ତ ଉପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ସାମ୍ୱାଦିକଙ୍କୁ ସୂଚନା ଦେଇଛନ୍ତି। ଏ ଘଟଣାର ଦୃଢ଼ ନିନ୍ଦା କରି ଦୋଷୀ ବିରୁଦ୍ଧରେ କଡା କାର୍ଯାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବୀ କରିଛୁ ବୋଲି ଜିଲ୍ଲା ଅଣ ଗେଜେଟେଡ କର୍ମଚାରୀ ସଂଘ ସଂପାଦକ ଦିନେଶ ରଞ୍ଜନ ମିଶ୍ର କହିଛନ୍ତି। ଯଦି ଆମ ଅଫିସର ସୁରକ୍ଷିତ ନୁହେଁ ତାହେଲେ କର୍ମଚାରୀ କିଭଳି ସୁରକ୍ଷିତ ରହିବେ ବୋଲି ମହିଳା କର୍ମଚାରୀ ସୁମିତ୍ରା ସାହୁ ମତ ରଖିଛନ୍ତି। ଏବଂ କେଉଁ ଗୋଟେ ଜମି ବିଷୟରେ ଆଲୋଚନା କରି ହଠାତ୍ ରାଗି ଯାଇ ଶ୍ରୀ ଦାନୀ ବିଡ଼ିଓ ଙ୍କୁ ଅତର୍କିତ ଆକ୍ରମଣ କରିଛନ୍ତି ବୋଲି ପ୍ରତ୍ୟକ୍ଷଦର୍ଶୀ ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ ପ୍ରକାଶ କରି ବୁଝାମଣାରେ ସବୁ କାମ କରିବାକୁ ଲୋକ ଙ୍କୁ ନିବେଦନ କରିଛନ୍ତି। ସେପଟେ ଦୋଷୀ ସାମ୍ୱାଦିକଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଦାବି କରି ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକଙ୍କ ନେତୃତ୍ବରେ ଏକ ଜନ ପ୍ରତିନିଧି ଦଳ ଏସପି ରାମପ୍ରସାଦ ସାହୁଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି। ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟ, ସମିତି ସଭ୍ୟ, ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।