Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୋନପୁରରେ ଚିତ୍ରଗୁପ୍ତ ପୂଜା ମହାସମାରୋହରେ ପାଳିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୁବର୍ଣ୍ଣପୁର ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ଆନୁକୁଲ୍ୟରେ କରଣ ସମାଜର ଇଷ୍ଟଦେବ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୁଜା ଓ ଜିଲ୍ଲା କରଣ ସମାଜର ବାର୍ଷିକ ଉତ୍ସବ ଗତକାଲି ମହାସମାରୋହରେ ଚିତ୍ରଗୁପ୍ତ କଲ୍ୟାଣ ସମିତି ଗୃହ ପରିସରରେ ପାଳିତ ହୋଇଯାଇଛି। ପୂଜକ ଦାମୋଦର ନାଏକଙ୍କ ଦ୍ୱାରା ପୁଜା କାର୍ଯ୍ୟ ହୋଇଥିବା ବେଳେ କର୍ତ୍ତା ଭାବରେ ଆକାଶ ବିଦ୍ୟାଧର ଓ ତାଙ୍କ ସହଧର୍ମ ପତ୍ନୀ ପୂଜା ବିଦ୍ୟାଧର କାର୍ଯ୍ୟ ନିର୍ବାହ କରିଥିଲେ। ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ସମସ୍ତ ବ୍ଲକ ତଥା ପଡୋଶୀ ଜିଲ୍ଲା ବଉଦ ଜିଲ୍ଲାରୁ ଛଅ ଶହ ରୁ ଉର୍ଦ୍ଧ କରଣ ସମାଜର ସଭ୍ୟ ସଭ୍ୟା ଯୋଗ ଦେଇଥିଲେ। ମଧ୍ୟାହ୍ନରେ କରଣ ସମାଜର ଏକ ମହାସଭା ସଭାପତି ପ୍ରକାଶ ଚନ୍ଦ୍ର ବେବର୍ତ୍ତା ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ଉମେଶ ପ୍ରସାଦ ଦାନୀ, ଡ.ଜ୍ୟୋତି ରଂଜନ ବହିଦାର ମୁଖ୍ୟବକ୍ତା ଓ କରଣ ସମାଜର କୋଷାଧକ୍ଷ ଜ୍ୟୋତି ରଂଜନ ପଟ୍ଟନାୟକ ଯୋଗଦେଇ ଯେଉଁ ଜାତି ଯେତେ ଉଚ୍ଚ ହୋଇଥାଏ ସେଠାରେ ମହିଳା ଙ୍କ ଭୂମିକା ମୁଖ୍ୟ ରହିଥାଏ। ମାଦଳା ପାଞ୍ଜିରେ କରଣ ଶବ୍ଦ ର ବହୁବାର ଉଲ୍ଲେଖ ରହିଛି। ଏପରିକି କରଣଙ୍କ ଉତ୍ପତି ଦୁଇ ହଜାର ବର୍ଷ ପୂର୍ବ ବୋଲି ଜଣାଯାଏ। ଜାତୀୟ ପତାକା ତଳେ ଯେପରି ଅଶୋକ ଚକ୍ର ଚିହ୍ନ ରହିଥାଏ କରଣ ସମାଜର ତଳେ କଲମ ଓ ଦୁଆତ ର ଚିହ୍ନ ରହିଥାଏ ବୋଲି କହିବା ସହ ସଭ୍ୟ ମାନଙ୍କୁ ଆହ୍ୱାନ ଦେଇ ଯେତେ ବାଧା ବିଘ୍ନ, ପ୍ରତିବନ୍ଧକ ଆସିଲେ ମଧ୍ୟ ଆଗକୁ ବଢିବାକୁ ହେବ ବୋଲି ଆହ୍ୱାନ ଦେଇଥିଲେ। ଦେବାଶିଷ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଦେବ କିଶୋର ଦାନୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଶେଷରେ ଉପସଭାପତି ଅକ୍ଷୟ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଆସନ୍ତା ଦୁଇ ବର୍ଷ ପାଇଁ ସର୍ବ ସମ୍ମତି କ୍ରମେ ସଭାପତି ପ୍ରକାଶ ଚନ୍ଦ୍ର ଵେବର୍ତ୍ତା, ଉପସଭାପତି ଅକ୍ଷୟ ପଟ୍ଟନାୟକ, ସାଧାରଣ ସମ୍ପାଦକ ଦେବେ କିଶୋର ଦାନୀ ଓ କୋଷାଧକ୍ଷ ଭାବରେ ଜ୍ୟୋତି ରଞ୍ଜନ ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି। ଏହା ସହିତ ଆସନ୍ତା ବର୍ଷ ର କର୍ତ୍ତା ଭାବରେ ପ୍ରଭାତ କିଶୋର ଦାନୀ ଓ ମଲ୍ଲିକା ଦାନୀଙ୍କୁ ଚୟନ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ କୁ ଦେବାଶିଷ ପଟ୍ଟନାୟକ ସଂଯୋଜନା କରିଥିଲେ। ପୂଜାର ମହା ଆଳତୀ ପରେ ସାମୁହିକ ପ୍ରସାଦ ସେବନ କରାଯାଇଥିଲା। ଏହା ପରେ ସମାଜ ତରଫରୁ ରଙ୍ଗୋଲି, ନାଚ, ମ୍ୟୁଜିକ ଚେଆର, ଚିତ୍ରାଙ୍କନ, କୌତୁକ ଆଦି ବିଭିନ୍ନ ପ୍ରତିଯୋଗିତା ର ଆୟୋଜନ ହୋଇଥିଲା ବେଳେ ଦ୍ୱିତିୟ ଅଧିବେସନରେ ମୁଖ୍ୟ ଅତିଥି ଏପିଡି ଡିଆରଡ଼ିଏ ଶୈବାଲିଣୀ ପଟ୍ଟନାୟକ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହିତ କରଣ ସମାଜର ଗର୍ବ ଓ ଗୌରବ ତରଭା ବ୍ଲକ ଅନ୍ତର୍ଡା ଗ୍ରାମ ର ସୁଶ୍ରୀ ନୀଳକାନ୍ତି ପଟ୍ଟନାୟକଙ୍କୁ ସମ୍ମାନୀତ କରାଯାଇ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମ କୁ ଶ୍ରୀକାନ୍ତ ମହାନ୍ତି, ଶରତ ମହାପାତ୍ର, ରାଜେଶ କୁମାର ପଟ୍ଟନାୟକ, ଶଙ୍କର୍ଶଣ ପଟ୍ଟନାୟକ, ତାପସ ମହାନ୍ତି, ରଜତ ପଟ୍ଟନାୟକ, ବିବେକାନନ୍ଦ ମହାନ୍ତି, ଚେରୁ ମହାନ୍ତି, ଲକ୍ଷଣ ବହିଦାର, ଦୁର୍ଗା ମାଧବ ବହିଦାର, ଦିବ୍ୟ ପ୍ରକାଶ ପଟ୍ଟନାୟକ, ନଗେନ ବିଦ୍ୟାଧର, ପ୍ରଭାତ କିଶୋର ଦାନୀ ଆଦି ସଭ୍ୟ ସକ୍ରିୟ ସହଯୋଗ କରିଥିଲେ।