ସମ୍ବଲପୁର:ବର୍ଷାଧିକ କାଳ ହେଲା ଜେଲ ଛକ ରୁ ଧନୁପାଲି ଛକ ରାସ୍ତା ର ଦୋହରୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ନାଁ ଧରୁନାହିଁ l ଏହି ସମସ୍ୟା କୁ ନେଇ ବିଭିନ୍ନ ସଂଗଠନ ତଥା ସଚେତନ ବ୍ୟକ୍ତି ବିଶେଷ ଙ୍କ ଦ୍ୱାରା ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସମାଧାନ ହେଉନଥିବା ଦୁର୍ଭାଗ୍ୟ ର ବିଷୟ,ଯଦ୍ୱାରା ସହର ବାସୀ ନାହିଁନଥିବା ଅସୁବିଧା ର ସମ୍ବୁଖିନ ହେଉଛନ୍ତି l
ଜେଲ ପାଖରେ ଅବସ୍ଥିତ ଦ୍ୱାରି ଇଞ୍ଜିନିୟର୍ସ ତଥା ଦ୍ୱାରି ପେଟ୍ରୋଲ ପମ୍ପ ସାମ୍ନା ର ଡ୍ରେନ ଓ ରାସ୍ତା ଆଜିଯାଏ ହୋଇପାରିନାହିଁ l ସାମାଜିକ ଅନୁଷ୍ଠାନ ସକ୍ଷମ ପକ୍ଷରୁ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଙ୍କ ଦୃଷ୍ଟି କୁ ଆଣିଲା ପରେ ଡ୍ରେନ କାର୍ଯ୍ୟ ଆରମ୍ଭ ହୋଇଛି ସତ ହେଲେ ଦ୍ୱାରି ଇଞ୍ଜିନିୟର୍ସ ର ଭିତରେ ସରକାରୀ ଜମି ଥିବା ସତ୍ୱେ ପୂର୍ବରୁ ଥିବା ଡ୍ରେନ ରୁ ଏକ ମିଟର ଆଗରେ ଡ୍ରେନ ତିଆରି କରୁଛି ପୂର୍ତ୍ତ ବିଭାଗ l ଜିଲ୍ଲା ପ୍ରଶାସନ ର ଏହି କାର୍ଯ୍ୟ କୁ ଦେଖି ଦ୍ୱାରି ଇଞ୍ଜିନିୟର୍ସ ସାମ୍ନା ରେ ଜିଲ୍ଲା ପ୍ରଶାସନ ଆଣ୍ଠେଇପକେଇଲା ବୋଲି ଚର୍ଚ୍ଚା ଜୋର ଧରିଛି l ଜନସାଧାରଣ ରେ ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ ଯଦି ମୁଖ୍ୟ ରାସ୍ତା ପଟକୁ ଡ୍ରେନ ନିର୍ମାଣ କରିବାରଥିଲା ତାହେଲେ ନିର୍ମାଣ କାର୍ଯ୍ୟ କୁ ଜିଲ୍ଲା ପ୍ରଶାସନ ଚାରି ମାସ ଯାଏ ପକେଇ ରଖୁଥିଲା କାହିଁକି ? ଜିଲ୍ଲା ପ୍ରଶାସନ ର ଏହି ଅପରିପକ୍ଵତା ଆଚରଣ କୁ ନେଇ ଜନସାଧାରଣ ରେ ଚର୍ଚ୍ଚା ହେଉଛି।