Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାରୁଅ ସ୍ଥିତ ଓଡ଼ିଶା ଟେଲିଭିଜନ ନେଟଓ୍ବର୍କ ଷ୍ଟୁଡିଓରେ ଅଗ୍ନିକାଣ୍ଡ

ଖୋର୍ଦ୍ଧା: ସାରୁଅ ସ୍ଥିତ ଓଡ଼ିଶା ଟେଲିଭିଜନ ନେଟୱର୍କ ଷ୍ଟୁଡିଓରେ ଭୟାବହ ଅଗ୍ନିକାଣ । ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଲକ୍ଷାଧିକ ଟଙ୍କା ମୂଲ୍ୟର ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ତେବେ ଘଟଣାରେ କାହାର ଜୀବନହାନୀ ହୋଇ ନଥିବା ଜଣାପଡିଛି ।

ଗତକାଲି ଷ୍ଟୁଡିଓରେ ସୁଟିଂ ଥିଲା । ସୁଟିଂ ସରିବା ପରେ ରାତିରେ ସମସ୍ତେ ସେଠାରୁ ଚାଲି ଯାଇଥିବା ବେଳେ ଷ୍ଟୁଡିଓ ଗେଟ୍‌ରେ ତାଲା ପଡ଼ିଥିଲା । ମାତ୍ର ବିଳମ୍ବିତ ରାତିରେ ଏହି ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ଆଜି ଭୋରରୁ ସ୍ଥାନୀୟ ଲୋକେ ନିଆଁ ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗର ୪ଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । ବହୁ ସମୟ ପରିଶ୍ରମ କରିବା ପରେ ସେମାନେ ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡ ଯୋଗୁଁ ଷ୍ଟୁଡିଓ ଭିତରେ ଥିବା ବହୁ ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଉଛି । ପୋଲିସ୍‌ ଘଟଣା ସ୍ତଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ