Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଘପାଳ ଘୁଷୁରିଆବାହାଲରେ ବାରହା ଶିକାର

ସମ୍ବଲପୁର: ସମ୍ବଲପୂର୍ ଜିଲ୍ଲା ଯୁଯୋମୁରା ବ୍ଲକ୍ ଅନ୍ତର୍ଗତ ମେଘପାଲ ପଞ୍ଚାୟତ ର ଘୁସରିଆବାହାଲ ଠାରେ ଗତ କାଲି ରାତିରେ ପୁଣି ଏକ ବାରାହା ଶିକାର ହୋଇଛି। ଏଠାରେ ବାରମ୍ବାର ବାରାହା ଶିକାର ହେଉଥିଲେ ମଧ୍ୟ ବନବିଭାଗ ନୀରବ ଦ୍ରଷ୍ଟା ସାଜିଥାଏ। ବାରାହା ଶିକାର କରାଯାଇ ଥିବା ନେଇ ଗଣମାଧ୍ୟମ ନିକଟରେ ଖବର ପହଞ୍ଚିବା ପରେ ପଡିଆବାହାଲ ରେଞ୍ଜର ଠାରୁ ଏହାର କାର୍ଯ୍ୟାନୁଷ୍ଠାନ ନେଇ ମତାମତ ଲୋଡ଼ାଯାଇଥିଲା। କିନ୍ତୁ ତ ବନ ବିଭାଗ କର୍ମଚାରୀ ପାଖରେ ଏ ସଂକ୍ରାନ୍ତରେ କୌଣସି ଖବର ନଥିବା ଓ ହିରୋରେ ହାତୀ ଘଉଡ଼ାଇବରେ ସମସ୍ତେ ବ୍ୟସ୍ତ ଥିବା ନେଇ କହିଥିଲେ। ତେବେ ଗଣମାଧ୍ୟମ ପକ୍ଷରୁ ସମସ୍ତ ତଥ୍ୟ ଦେବାପରେ କୁଶାମୁରା ଫରେଷ୍ଟର ଘଟଣା ସ୍ଥଳରେ ପହଞ୍ଚିଥିଲେବି ଏ ସମ୍ପର୍କରେ କଣ କାର୍ଯ୍ୟାନୁଷ୍ଠାନ ନେଲେ କିଛି ସୂଚନା ମିଳିନି। କିନ୍ତୁ ଅସମର୍ଥିତ ସୂତ୍ରରୁ ଜଣାପଡିଛି ଯେ, ଘଟଣା ସତ ଓ ଏହି ଘଟଣାରେ ଜଣକୁ ବନ ବିଭାଗ ଆଣି ପଚରା ଉଚୁରା କରୁଛି।
ତେବେ ଘୁଷୁରିଆବାହାଲରେ ଜନ୍ତୁ ଶିକାର ଏକ ପେଶା ଗତ ବ୍ୟବସାୟ ପାଲଟି ଯାଇଛି ଓ ଏଠାରେ ଗୋଟିଏ ନୁହେଁ ଅନେକ ଦେଶୀ ବନ୍ଧୁକ ରହିଥିବା କୁହାଯାଉଛି।
ଏପରିକି ମେଘାପାଲ୍ ପଂଚାୟତର ଘୁସରିଆବାହାଲ ଗ୍ରାମରେ ପେଶାଦାର ଭାବେ ବର୍ଷ ସାରା ବନ୍ୟଜନ୍ତୁ ଶିକାର ସାଙ୍ଗକୁ ଶାଳ, କୁରୁମ,ବିଜା ଆଦି ପଟା ଚାଲାଣ କରାଯାଇଥାଏ।କିନ୍ତୁ ବନ ବିଭାଗର ଅନେକ କର୍ମଚାରୀ ଥାଇ ସୁଦ୍ଧା ମିଲିଭଗତ୍ ରେ ଏଠି କର୍ମଚାରୀ ହାତ ଟେକି ଦେଇଛନ୍ତି।ପାଞ୍ଚଶହ ମିଟର ବ୍ୟବଧାନରେ ଘୁସରିଆବାହାଲ ଛକ ରାସ୍ଥା ଏପଟେ ହଜାର ହଜାର ବୃକ୍ଷ ରୋପଣ କରାଯାଇଛି ଏବଂ ଅନ୍ୟ ପାର୍ଶ୍ବରେ ଶହ ଶହ ପଟା କରତ ମରାଲି ଙ୍କ ଦ୍ଵାରା ଚାଲାଣ ହେଉଛି।ଏଭଳି ଅଭିଯୋଗକୁ ବନ ବିଭାଗ ହାଲୁକା ନେବା କାରଣରୁ ଦିନକୁ ଦିନ ପଡ଼ିଆବାହାଲ ରେଞ୍ଜର ଦୁର୍ନାମ ବଢ଼ିବାରେ ଲାଗିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ