Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ରେ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ବୁଧବାର ଦିନ ରେଙ୍ଗାଲି ତହସିଲ ଛକ ରୁ ବିଜେଡି ନେତା ଓ କର୍ମୀ ମାନେ ପଦଯାତ୍ରା ରେ ବାହାରି ନାଇସ ଛକ ପର୍ଯ୍ୟନ୍ତ ଯାଇଥିଲେ। ନାଇସ୍ ଛକ ରେ ରେଙ୍ଗାଲି ବ୍ଲକ ବିଜେଡି ସଭାପତି ଅଶୋକ ଗୁରୁ ଙ୍କ ସଭାପତିତ୍ବ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭା ରେ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ଯୁବ ବିଜେଡ଼ି ନେତା ବିଶାଳ ଦାସ, ଝାରସୁଗୁଡ଼ା ପୂର୍ବତନ ବିଧାୟିକା ଦିପାଳି ଦାସ, ସମ୍ବଲପୁର ପୂର୍ବତନ ବିଜେଡ଼ି ଜିଲ୍ଲା ସଭାପତି ସିର୍ଦ୍ଧାତ ଦାସ, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଲକ୍ଷ୍ମୀ ମହାପାତ୍ର, ରେଙ୍ଗାଲି ପୂର୍ବତନ ବ୍ଲକ ଅଧ୍ୟକ୍ଷ ଜିତେନ୍ଦ୍ର ପ୍ରସାଦ ପଣ୍ଡା , ପୂର୍ବତନ ବିଜେଡ଼ି ବ୍ଲକ ସଭାପତି ମୁକୁନ୍ଦ ବେହେରା, ବରିଷ୍ଟ ବିଜେଡ଼ି ନେତା ଶଶୀଭୂଷଣ ସାହୁ, ବିଶିକେଶନ ବିଶ୍ଵାଳ, ଜୟତରଥ ବିଶ୍ଵାଳ, ସୁବାସ ସିଂ, ପ୍ରଦୀପ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ସଭା ରେ ରେଙ୍ଗାଳି ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ ମଞ୍ଚ ପରିଚାଳନା କରିଥିଲେ। ଦରଦାମ ବୃଦ୍ଧି, ୩ ହଜାର ଟଙ୍କା ଭତ୍ତା ପ୍ରଦାନ, ୩ଶହ ୟୁନିଟ ବିଜୁଳି ପ୍ରଦାନ, ନାରୀ ନିର୍ଯାତନା ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କ ଉପରେ ବିଜେଡ଼ି ନେତା ମାନେ ଗର୍ଜିଥିଲେ।
ଏହି ଜନସଂପର୍କ ପଦଯାତ୍ରା ରେ ବହୁ ସଂଖ୍ୟା ରେ ବିଜେଡ଼ି କର୍ମୀ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ