Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭସାଣି ସରିଲା,ଘାଟବି ସଫେଇ କରିପାରିଲାନି ମହାନଗର ନିଗମ:ଛଟ ପୂଜା ପାଇଁ ହରଡ଼ଜୋର ଘାଟ ପ୍ରସ୍ତୁତ କଲେ ସ୍ବେଛାସେବୀ

ସମ୍ବଲପୁର:ଚଳିତବର୍ଷ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ସମୟରେ ଅନେକ ପ୍ରତିଶୃତି ଦେଇଥିଲା ଜିଲ୍ଲା ପ୍ରଶାସନ, ହେଲେ ଷ୍ଟ୍ରିଟ ଲାଇଟ ର ମରାମତି ହେଉ କି ଗୋବିନ୍ଦତୋଳା ଭସାଣି ଘାଟ ର ସଫେଇ ଓ ପ୍ରସ୍ତୁତି କରିପାରିଲା ନାହିଁ ସମ୍ବଲପୁର ମହାନଗର ନିଗମ l ଆଜି ବିହାରୀ ଓ ଉତ୍ତର ଭାରତର ଅଧିବାସୀ ମାନଙ୍କର ଛଟ ପୂଜା l ଗୋବିନ୍ଦତୋଳା ସ୍ଥିତହରଡ଼ଜୋର ନଦୀ ଘାଟ ରେ ଧନୁପାଲି, ଗୋବିନ୍ଦତୋଳା, ପୁଟିବନ୍ଧ, ଭତରା ଓ କୁଳୁଥକାନୀ ଅଂଚଳର ଶତାଧିକ ପରିବାର ଲୋକେ ସୂର୍ଯ୍ୟ ଦେବ ଙ୍କୁ ପୂଜାପାଠ କରି ନଦୀ ପାଣିରେ ଗାଧୋଇ ଥାନ୍ତି l ହେଲେ ଦୁର୍ଭାଗ୍ୟ ର ବିଷୟ ଏହି ଯେ ଛଟ ପୂଜା ଆସିଯାଇଛି ହେଲେ ହରଡ଼ଜୋର ନଦୀ ଘାଟ ର ସାଫସଫେଇ ମୋଟେ କିଛି ହୋଇନାହିଁ l ଧନୁପାଲି ର ସ୍ବେଛାସେବୀ ପାପ୍ପୁ ପ୍ରସାଦ ଏବଂ କିଛି ସାଥି ମିଳିମିଶି ଏହି ନଦୀଘାଟ କୁ ସଫେଇ କରିବା ସହ ବ୍ଲିଚିଙ୍ଗ ପାଉଡର ଛିଞ୍ଚନ କରିଛନ୍ତି l କେବଳ ସେତିକି ନୁହେଁ ନଦୀ ଘାଟ ର ପାଣି ଭିତରେ ଥିବା ବୋତଲ ଓ ପଥର ଖଣ୍ଡ କୁ ପାଣିରୁ ବାହାର କରିଛନ୍ତି l ଯାହାକି ସମ୍ୱଲପୁର ମହାନଗର ନିଗମ କର୍ତ୍ତୃପକ୍ଷ ନିୟମିତ ଭାବରେ କରିବା କଥା l
ଏହି ସମ୍ପର୍କ ରେ ସ୍ବେଛାସେବୀ ପାପ୍ପୁ ପ୍ରସାଦ କୁ ପଚାରିବାରୁ, ସେ କହିଲେ ଯେ ଆଜି ସଫେଇ କାର୍ଯ୍ୟ ଆଜିର ନୁହେଁ, ଦୀର୍ଘ 4/5 ବର୍ଷ ହେଲା ଛଟ ପୂଜା ସମୟରେ ସେ ଆଉ କିଛି ସ୍ବେଛାସେବୀ ଙ୍କର ସାଥିରେ ସଫେଇ କାର୍ଯ୍ୟ ତୁଲେଇଥାନ୍ତି l
ଶ୍ରୀ ପ୍ରସାଦ ଦୁଃଖ ପ୍ରକାଶ କରିଥିଲେ ଯେ, ପ୍ରତିବର୍ଷ ଆମେ ଏହି ଅଂଚଳ ର ଶତାଧିକ ପରିବାର ଗାଧୋଇବା ସହ ପୂଜାର୍ଚନା କରିଥାନ୍ତି, କିନ୍ତୁ ଜିଲ୍ଲା ପ୍ରଶାସନ କି ପୌର ପ୍ରଶାସନ ଏହି କାର୍ଯ୍ୟ କୁ ନଜରଅନ୍ଦାଜ କରିଆସୁଛି l ଶ୍ରୀ ପ୍ରସାଦ ଆହୁରି କହିଛନ୍ତି ଯେ, ଗୋବିନ୍ଦତୋଳା, ଧନୁପାଲି ଅଂଚଳ ର ଘର ଗୁଡିକର ନାଳ ନର୍ଦମା ପାଣି ସିଧା ସଳଖ ନଦୀ ରେ ପଡୁଥିବା ଯୋଗୁଁ ପାଣି ଦୂଷିତ ହୋଇଗଲାଣି l ତେଣୁ, ଏହାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ କୌଣସି ଠୋସ ପଦକ୍ଷେପ ନେଇ ପାରିନଥିବାରୁ ଜନ ଅସନ୍ତୋଷ ସୃଷ୍ଟି ହୋଇ ଆଜି ସାମାଜିକ କର୍ମୀ ଦେଖାଇଛନ୍ତି ନିଜର ମହତ୍ୱପୂର୍ଣ୍ଣ ଦାୟିତ୍ୱ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories