Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସିନ୍ଦୁରପଙ୍କ ଛାତି ଉପରେ ଥିବା ଗୋଚର ଜମିକୁ ରୟତିରେ ପରିଣତ କରିବାରୁ ଉଠିଲା ଝଡ଼, ପ୍ରଶାସନିକ ଚଞ୍ଚକତା ଅଭିଯୋଗ

ସମ୍ବଲପୁର:ସରକାରୀ ଗୋଚର ଜମିକୁ ରୟତି ଜମିରେ ପରିଣତ କରି ଜମି ଦୁର୍ନିତି କେଳେଙ୍କାରୀରେ ପ୍ରଶାସନ ନିଜ ନାଁ ଯୋଡିବାରେ ଏକ ଦୃଷ୍ଟାନ୍ତ ମୂଳକ ଖବର ନଜରକୁ ଆସିଛ।୨୦୦୮/୦୯ରେ ଜାତୀୟ ରାଜପଥ ୫୩ ନମ୍ବର ସିନ୍ଦୁରପଙ୍କ ଛକର ଛାତି ଉପରେ ଥିବା ଗୋଚର ଜମି ରୟତିରେ ସ୍ଥାନ ପାଇବା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି। ପ୍ରମୋଦ ହୋଟେଲରେ ଥିବା ଏହି ଗୋଚର ଜମି ରୟତି ରେ ପରିଣତ କରିବାରେ ପ୍ରଶାସନିକ ଚଞ୍ଚକତା ଏବେ ଲୋକଙ୍କ ଆଖି ଖୋଲିଦେଇଛି।ଏହି ୪୨ଡିସିମିଲକୁ ଜଣେ ମହାଜନ କୁ ସବୁଦିନ ପାଇଁ ସେସମୟର ତହସିଲଦାର, ଜିଲ୍ଲାପାଳ, ସରକାରୀ ବାରିଷ୍ଟରସହିତ ଜମିମାଫିଆଙ୍କ ହାତରେ ଟେକିଦେଇଛନ୍ତି। ଗୋଚର ଜମି ବର୍ତ୍ତମାନ କୋଟିଏ ଟଙ୍କାରେ ବିକ୍ରି ହୋଇଛି ।ବର୍ତ୍ତମାନ ବଳକା ଜମିରେ ଦୋକାନ ଘର ତିଆରି ଚାଲିଛି। ୨୦୦୧ରେ ସିନ୍ଦୂରପଙ୍କ ଆଂଚଳିକ କୃଷକ ସୁରକ୍ଷା କମିଟି ପ୍ରଶାସନ ପାଖରେ ଲିଜ ପାଇ ଜିଲ୍ଲାପାଳ ଙ୍କ ପାଖରେ ଆବେଦନ କରିଥିଲେ । ତହସିଲ ଦାର ତଦନ୍ତ କରୀ ଗୋଚର ଜମି ଉକ୍ତ ଅଂଚଳରେ କମଥିବାରୁ କୁଷକ ସଂଗଠନ ର ଆବେଦନ ଖାରଜ କରିଥିଲେ,ଯାହାର ପ୍ରମାଣ ଏବେ ସିନ୍ଦୁରପଙ୍କ ରେ ଘୁରି ବୁଲୁଛି ।ପରବର୍ତ୍ତି ସମୟରେ ଉକ୍ତ ଜମିକୁ ନିତ୍ୟାନନ୍ଦ ନାଥ ନିଜ ଅକ୍ତିଆର ରେ ଦୀର୍ଘବର୍ଷ ଧରୀରଖିଥିବାରୁ ସେ ମଧ୍ଯ ରୟତି ପାଇଁ ଆବେଦନ କରିଥିଲେ ।ପରବର୍ତି ସମୟ ରେ ରକ୍ତ ଗୋଚର ଜମିକୁ ନିତ୍ୟାନନ୍ଦ ନାଥ ଯାହାର ସଂପତ୍ତି ,ଜମି ର ଅଭାବନାହି ତାଙ୍କୁ ଦେବା କେତେ ଯୁକ୍ତିଯୁକ୍ତ ତାକୁ ନେଇ ଉଠିଛି ବଡ ପ୍ରଶ୍ନ। ଲୋକେ ଶହଶହ ବର୍ଷ ସରକାରୀଜମିରେ ଘରକରି ରହୁଛନ୍ତି ହେଲେ ତାଙ୍କୁ ପଟ୍ଟା ମିଳୁନାହଁ। ବରଂ ଘର ଭାଙ୍ଗିଦିଆ ଯାଉଥିବା ଦୃଷ୍ଟାନ୍ତ ରହିଛି।ତେବେ ଏହି ଗୋଚର ଜମିକୁ ରୟତି କେମିତି ଓ କେଉଁ ସ୍ୱାର୍ଥରେ କରାଯାଇଛି ତାକୁ ନେଇ ସିନ୍ଦୁରପଙ୍କରେ ଆରମ୍ଭ ହୋଇଛି ଖୋଳତାଡ଼। ଗୋଚର ଜମି କୌଣସିପ୍ରକାର ରେ କିସମ ବଦଳି ହୋଇ ପାରିବ ନାହିଁ। ଏହାର ସରକାରୀ ନିୟମ ରହିଛି। କିନ୍ତୁ ଏହାର ବ୍ୟତିକ୍ରମ ସିନ୍ଦୂରପଙ୍କ ଛକରେ ଥିବା ଗୋଚର ଜମିରେ ହେଲା କିପରି? ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଏହାର ତଦନ୍ତ କରାଯାଇ ଜମି ଦୁର୍ନିତି ରେ ସାମିଲ ସମସ୍ତଙ୍କ ବିରୁଦ୍ଧ ରେ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସିନ୍ଦୁରପଙ୍କର କିଛି ସଚେତନ ନାଗରିକ ଦାବି ଉଠାଇଛନ୍ତି।