Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନୀଳକଣ୍ଠେଶ୍ବରଙ୍କ ହୁଣ୍ଡି ଭାଙ୍ଗି ଲୁଟିଲେ ଦୁର୍ବୃତ୍ତ

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ପର୍ଯ୍ୟଟନ ସ୍ଥଳୀ ନିର୍ମଳଝର ପରିସରରେ ଥିବା ନୀଳକଣ୍ଠେଶ୍ଵର ମନ୍ଦିରରୁ ଚୋରି । ହୁଣ୍ଡି ଭାଙ୍ଗି ଦାନ ଅର୍ଥ ଲୁଟିଲେ ଦୁର୍ବୃତ୍ତ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପୂଜକ । ଗତକାଲି ବିଳମ୍ୱିତ ରାତିରେ ମନ୍ଦରିରୁ ଚୋରି କରି ଫେରାର ମାରିଛନ୍ତି ଦୁର୍ବୃତ୍ତ ।

ଆଜି ସକାଳେ ମନ୍ଦିର ପୂଜାରୀ ପୂଜା କରିବାକୁ ଆସିଥିବା ବେଳେ ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଏହାସହ ମନ୍ଦିର ଭିତର ହୁଣ୍ଡି ଭଙ୍ଗା ଯାଇଥିବା ଦେଖିଥିଲେ । ଏନେଇ ପୂଜକ ମନ୍ଦିର କମିଟିକୁ ଜଣାଇଥିଲେ ।  କମିଟି ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ଚୋରମାନେ ରୋଷ ଘର ତାଲା ଭାଙ୍ଗି ପିତଳ ସାମଗ୍ରୀ ଚୋରି କରି ନେଇଥିବା ମଧ୍ୟ ଜଣାପଡ଼ିଛି । ଖଲ୍ଲିକୋଟ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।