ସମ୍ବଲପୁର:ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଏକାଦଶ ପର୍ଯ୍ୟାୟ-୨ ଓ ୩ ଅଧୀନରେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା I ଅତିରିକ୍ତ ଜିଲ୍ଲାପାଳ ଅଜାମ୍ବର ମହାନ୍ତି, ଯୁଗ୍ମ ନିର୍ଦ୍ଦେଶକ (ଉତ୍ତରାଞ୍ଚଳ) ସଞ୍ଜୟ କୁମାର ନନ୍ଦ, ରାଜ୍ୟ ନୋଡାଲ ଅଫିସର ପିଏମ୍ଏଫ୍ବିୱାଇ ଲକ୍ଷ୍ମୀଧର ବିଶ୍ୱାଳ, ସିଡିଏଓ ଉମାକାନ୍ତ ମିଶ୍ର ମଂଚାସୀନ ଥିଲେ I ଡିଏଲସିସି ଗଠନ, ଏକାଦଶ କୃଷି ଜନଗଣନାରେ ଡିଏଲସିସିର ଭୂମିକା, କୃଷି ଜନଗଣନାର ଉଦ୍ଦେଶ୍ୟ, ଏକାଦଶ କୃଷି ଜନଗଣନା ଅବଧି, ମାନବ ସମ୍ବଳର ଆବଶ୍ୟକତା, ପ୍ରାଥମିକ କର୍ମଚାରୀ ଓ ସୁପରଭାଇଜରଙ୍କ ଭୂମିକା, ଭାରତ ସରକାରଙ୍କ ଅନୁଯାୟୀ ମାନ୍ୟତାର ଢାଞ୍ଚା, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଜନଗଣନା କାର୍ଯ୍ୟ ଶେଷ କରିବା ପାଇଁ ତାରିଖ ଲାଇନ୍ ଉପରେ ଆଲୋଚନା ହୋଇଥିଲା।