ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ଓ ବିଜ୍ଞାନ ମେଳା ୨୦୨୪ ରଘୁନାଥ ଉଚ୍ଚ ବିଦ୍ୟାଳୟ , ମୁର୍ଷୁଣ୍ଢୀ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି l ଉଦଘାଟନୀ ସମାରୋହରେ ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବରେ ଧର୍ମ କୁମାର ଶତପଥି ଯୋଗଦେଇଥିଲେ I ସମ୍ମାନୀତ ଅତିଥି ଭାବେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ଲବ କୁମାର ସାହୁ ଜିଲ୍ଲା ପରିଷଦସଭ୍ୟ , ନିରଞ୍ଜନ ଦାଶ ନୋଡାଲ ପ୍ରଧାନ ଶିକ୍ଷକ ପ୍ରମୁଖ ଯୋଗ ଦେଇଥିଲେ I ବି ଇ ଓ ଶାନ୍ତନୁ କୁମ୍ଭକାର ସଭାପତି ତ୍ୱ କରିଥିଵା ବେଳେ ଆୟୋଜକ ପ୍ରଧାନ ଶିକ୍ଷକ କାଳିଆ କର୍ମୀ ସଂଯୋଜନା ଦାୟିତ୍ୱ ତୁଲାଇଥିଲେ l ଗୌରୀ ଶଙ୍କର ପୁଜାହାରୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ଲଷ୍ମୀନାରାୟଣ ସାହୁ ମଞ୍ଚ ପରିଚାଳନା କରିଥିଲେ l ଅପରାହ୍ନ ୩ଟା ରେ ଉଦଯାପନୀ ଉତ୍ସବ ରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଏବଂ ମୁଖ୍ୟବକ୍ତା ଡ଼ଃ ହରପ୍ରସାଦ ମିଶ୍ର ଯୋଗଦେଇ ଥିଲେ I ସମ୍ମାନୀତ ଅତିଥି ଭାବେ ଇ ଓ ଲକ୍ଷ୍ମଣ ଭୋଇ , ମୁର୍ଷୁଣ୍ଢୀ ସରପଞ୍ଚ ମନୋଜ ସାହୁ , ସମିତି ସଭ୍ୟା ରିତା ଗରଡିଆ , ମନୋଜ ନାଏକ ପ୍ରମୁଖ ଉପସ୍ଥିତ ଥିଲେ I ସଚିତାନନ୍ଦ ବେରିହା ଅତିଥି ପରିଚୟ ପ୍ରଦାନ କରିଥିଲେ I ନୀଳାମ୍ବର ମେହେର ମଞ୍ଚ ପରିଚାଳନା କରିଥିଲେ l ଜଉଁରା ଭଉରା ପ୍ରଧାନ ଶିକ୍ଷକ ରାଧେଶ୍ୟାମ ପୁରୋହିତ ଓ ଝାର ତରଭା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପଦ୍ମନାଭ କର୍ଣ୍ଣ ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ l ବ୍ଲକ ର ସମସ୍ତ ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀ , ସି ଆର ସି ସି ଏବଂ କୁନି ବୈଜ୍ଞାନିକ ମାନେ ଏହି ବିଜ୍ଞାନ ମେଳା ରେ ଅଂଶ ଗ୍ରହଣ କରିଥିଲେ l ଏଥିରେ ମୋଟ ୧୭୩ଟି ପ୍ରକଳ୍ପ ପଦର୍ଶିତ ହୋଇଥିଲା I ପ୍ରଦର୍ଶନୀ ର ବିଷୟ ବସ୍ତୁ ମାନବ କଲ୍ୟାଣ ରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବ୍ଲକ ସ୍ତର ରୂ ୭ଟି ପ୍ରକଳ୍ପ ଜିଲ୍ଲାସ୍ତର କୁ ମନୋନୀତ ହୋଇଥିଲା i ଜିଲ୍ଲାସ୍ତର କୁ ମନୋନୀତ ହୋଇଥିବା କୃତି ପ୍ରତିଯୋଗୀ ମାନେ ହେଲେ ଓମ ପ୍ରକାଶ ବେହେରା , ଦେବାଶିଷ ପଧାନ , ପ୍ରିୟଙ୍କା ସାହୁ,ରୁଦ୍ର ନାରାୟଣ କର୍ମୀ, ପ୍ରବୀଣ କୁମାର ସାମଲ , ନୈନିକ କୁମାର ନାଏକ , ସଂଯୁକ୍ତା ମେହେର , ପ୍ରମୁଖ ମନୋନୀତ ହୋଇଥିଲେ l