Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଅଞ୍ଚଳରେ ବର୍ଷାଭାବ ଯୋଗୁଁ ମରୁଡି ଆଶଙ୍କା ରେ ନିଜ ବିଲରେ ଛାଡିଲେ ଗୋରୁ ଗାଈ

ବୀରମହାରାଜାପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବିଭିନ୍ନ ପଂଚାୟତ ର ଚାଷୀମାନେ ଭଲ ଫସଲ ହେବ ବୋଲି ହାତରେ ଯାହାଟଙ୍କା ଥିଲା ତାଙ୍କ ଧାନ ଓ କପା ରେ ଖର୍ଚ୍ଚ କରି ସାରି ଦେଇଛନ୍ତି l ହେଲେ ଏବେ ବର୍ଷା ବଦଳ ରେ ପ୍ରବଳ ଖରା ଅନୁଭୂତ ହେଉଥିବା ରୂ ଚlଷ ଜମି ଗୁଡିକ ପାଣି ଅଭାବରେ ମାଟି ଫାଟି ଆଁ କରି ରହିଲାଣି l ଏ ଅଂଚଳ ର ପାହାଡିଆ ଜମି ଗୁଡିକରେ ଜଳସେଚନ ସୁବିଧା ନଥିବାରୁ ବର୍ଷା ପାଣି ଉପରେ ଚାଷୀ ନିର୍ଭର କରିଥାଏ l ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ପାତ ହେତୁ ଧାନ ଅମଳ ହେବା ସମୟରେ ଧାନ ଗୁଡିକ ନଷ୍ଟ ହେବାକୁ ବସିଲାଣି l ଫଳରେ ଅନେକ ଚାଷୀ ନିଜ ଜମି ଗୁଡିକରେ ଗୋରୁ , ଗାଈ , ବଳଦ ଛାଡି ଦେଉଥିବା ଦେଖିବାକୁ ମିଳୁଛି l ସୂଚନା ଅନୁସାରେ ଚଳିତ ବର୍ଷ ଅଗଷ୍ଟ ମାସରେ ସ୍ଵାଭାବିକ ବୃଷ୍ଟିପାତ ହାର ୩୯୫.୮ ମିମି ହୋଇଥିବାବେଳେ ଉକ୍ତ ମାସ ୫୩୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା । ସେପ୍ଟେମ୍ବରରେ ସ୍ଵାଭାବିକ ବୃଷ୍ଟିପାତ ହାର ୨୧୬.୨ ମିମି ହୋଇଥିବାବେଳେ ଉକ୍ତ ମାସ ୨୪୦ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଥିଲା । ଅକ୍ଟୋବରରେ ସ୍ଵାଭାବିକ ବୃଷ୍ଟିପାତ ହାର ୫୦.୨ ମିମି ହୋଇଥିବାବେଳେ ଆଜି ସୁଦ୍ଧା ମାତ୍ର ୩ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । କେନଝରିଆପାଲି , ଲୁତୁରପଙ୍କ , ମୁର୍ଷୁଣ୍ଢୀ , ଦୁର୍ଜନତୈଳl , ବହଲପଦର୍ , ଖଣ୍ଡହତା ଆଦି ପଞ୍ଚାୟତ ଅଞ୍ଚଳରେ ଗତ ଏକମାସରୁ ଉର୍ଦ୍ଧ୍ବ ହେବ ବର୍ଷା ନାହିଁ । ଫଳରେ ଧାନ ଫସଲ ସବୁ ଶୁଖି ମରି ମରି ଯାଉଛି । ଧାନ ବାହାରିବା ସମୟ ହୋଇଥିବା ବେଳେ ଚାଷଜମିକୁ ଜଳଯୋଗାଣର ଆବଶ୍ୟକତା ରହିଛି । ଫସଲ ନଷ୍ଟ ହେବ ବୋଲି ଚାଷୀ ଆଶଙ୍କା କରି ଯେଉଁ ଚାଷଜମି ନିକଟରେ ଜଳଉତ୍ସର ସୁବିଧା ଅଛି, ଖର୍ଚ୍ଚାନ୍ତ ହୋଇ ଚାଷୀମାନେ ଫସଲ ବଞ୍ଚେଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଯେଉଁ ଚାଷୀଙ୍କ ସମ୍ବଳ ନାହିଁ, ସେମାନେ ବର୍ଷାକୁ ଆଶା କରି ରହିଛନ୍ତି। ଏଣୁ ସାମ୍ଭାବ୍ୟ ମରୁଡ଼ି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଳସେଚନ, କୃଷି ବିଭାଗ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ ହୋଇପଡ଼ିଛି। ରାଜ୍ୟ ସରକାରଙ୍କ ବିଜୁ କୃଷକ ଯୋଜନା ରେ ୨୦୨୩ ମସିହାରେ ଗଭୀର ନଳକୂପ ଖୋଲାଯାଇ ଥିବା ବେଳେ ଏ ପର୍ଯ୍ୟନ୍ତ ଗୋଟିଏ ବି ନଳକୂଅ ରେ ବିଦ୍ୟୁତ ସଂଯୋଗ କରାଯାଇନାହିଁ l କେବଳ ବିଦ୍ୟୁତ ଖୁଣ୍ଟ ପୋତି ଦିଆଯାଇଛି l ଏବେ ଚାଷୀ ପାଖରେ ଥିବା ନାଳ, ଗାଡ଼ିଆ, ବନ୍ଧ ଆଦି ମାନଙ୍କରୁ ପେଟ୍ରୋଲ /ଡିଜେଲ ଚଢ଼ାଦର ରେ କିଣି ପାଇପ ଯୋଗେ ଖେତ ରେ ପାଣି ଦେଉଥିବା ଦେଖାଦେଇଛି I ଏନେଇ ବିଭାଗୀୟ ଯନ୍ତ୍ରୀ ସୁଶାନ୍ତ କୁମାର ସାମଲ ଙ୍କୁ ପଚାରିବାରୁ ଏବେ ବର୍ଷା ଦିନ ଯାଇଛି I ଶୀଘ୍ର କାମ ଆରମ୍ଭ କରି ମାର୍ଚ୍ଚ ସୁଦ୍ଧା କାମ ଶେଷ ହୋଇଯିବ ବୋଲି କହିଥିଲେ l ଏ ଦିଗରେ ପ୍ରାଶାସନିକ ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ଚାଷୀମାନେ ଦାବି କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ