Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାଧୀନତା ସଂଗ୍ରାମି ଭାଗିରଥି ପଟ୍ଟନାୟକ ଙ୍କର ୧୪୦ ତମ ଜୟନ୍ତୀ,ଓଡିଶା ସଂସ୍କୃତିକ ସମାଜ ପକ୍ଷରୁ ପ୍ରତିମୂର୍ତ୍ତି ରେ ପୁଷ୍ପାଞ୍ଜଳି ଅର୍ପଣ

ସମ୍ବଲପୁର:ଓଡିଶା ପ୍ରଦେଶ ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ଙ୍କର ୧୪୦ ତମ ଜୟନ୍ତୀ ରେ ବାଲିବନ୍ଧା ସ୍ଥିତ ତାଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ଶ୍ରାଦ୍ଧସୁମନ ଜଣାଇଲା ଓଡିଶା ସାଂସ୍କୃତିକ ସମାଜ l ୯ ନଭେମ୍ବର ୧୮୮୪ ରେ ଜନ୍ମଗ୍ରହଣ କରିଥିବା ସ୍ୱାଧୀନତା ସଂଗ୍ରାମୀ ଭାଗିରଥି ପଟ୍ଟନାୟକ ପିଲା ବେଳୁ ଗାନ୍ଧୀ ଦର୍ଶନ ରେ ଅନୁପ୍ରାଣିତ ହୋଇ ବ୍ରିଟିଶ ସାଶନ ବିରୁଦ୍ଧରେ ସଂଗ୍ରାମ ରେ ସାମିଲ ହୋଇଥିଲେ l ସମାଜ ରେ ଅସ୍ପୃଶ୍ୟତା ବିରୁଦ୍ଧରେ ମଧ୍ୟ୍ୟ ସେ ସ୍ୱର ଉତ୍ତୋଳନ କରୁଥିଲେ l ଅନେକ ବର୍ଷ ସେ କରାବରଣ ମଧ୍ୟ କରିଥିଲେ l କେବଳ ସେତିକି ନୁହେଁ ତାଙ୍କରି ସଂଗ୍ରାମୀ ଜୀବନ ରେ ସାମିଲ ହୋଇଥିଲେ ତାଙ୍କର ପତ୍ନୀ ଜମ୍ବୁବତି ଦେବୀ ଓ ପୁତ୍ର ପ୍ରଫୁଲ୍ଲ ପଟ୍ଟନାୟକ l
ପ୍ରତିବର୍ଷ ପରି ଏହିବର୍ଷ ମଧ୍ୟ ବରପୁତ୍ର ଙ୍କୁ ସମ୍ମାନ ଜଣାଇ ଆସୁଥିବା ଓଡିଶା ସାଂସ୍କୃତିକ ସମାଜ ର ସଭାପତି ଡ଼. ପରେଶ ଚନ୍ଦ୍ର ଦାନୀ ଙ୍କର ସହ ବରିଷ୍ଠ ସଭ୍ୟ ଅରବିନ୍ଦ ମହାପାତ୍ର, ଡ଼. ସତ୍ୟ ନାରାୟଣ ଠାକୁର, ପ୍ରଫୁଲ୍ଲ ହୋତା, ସୂର୍ଯ୍ୟ ପାଣିଗ୍ରାହୀ,ସଞ୍ଜୟ ବାବୁ,ପ୍ରଶାନ୍ତ ପାଟଯୋଶୀ, ଅଖିଳ ପଟ୍ଟନାୟକ,ପଲଟୁ ଅଗ୍ରୱାଲ,ରାଜେନ୍ଦ୍ର ପ୍ରସାଦ ପଣ୍ଡା, ବୋଧରାମ ଦାସ, ଶିବ ନାରାୟଣ ପାଣିଗ୍ରାହୀ,ଡ଼. ହରିଶଙ୍କର ପଣ୍ଡା,ସୁରେଖା ସାହୁ, ସବ୍ୟସାଚୀ ମିଶ୍ର,ବିନୟ ଦାନୀ ପ୍ରମୁଖ କାର୍ଯ୍ୟକ୍ରମ ରେ ସାମିଲ ହୋଇ ସ୍ୱାଧୀନତା ସଂଗ୍ରାମୀ ଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ଏଥି ସହ ସ୍ୱାଧୀନତା ସଂଗ୍ରାମୀ ଜମ୍ବୁବତି ପଟ୍ଟନାୟକ ଓ ପ୍ର୍ରଫୁଲ୍ଲ ପଟ୍ଟନାୟକ ଙ୍କର ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ