ଜ୍ୟୋତି ଅନୁଷ୍ଠାନର ଉଦ୍ୟମରେ ଯୁବକଙ୍କ ଚକ୍ଷୁ ସଂଗ୍ରହ


ସମ୍ବଲପୁର:ବୌଦ୍ଧ ନିବାସୀ ୧୯ ବର୍ଷର ଯୁବକ କ୍ରିଷ୍ଣା ଅଗ୍ରୱାଲ ଏକ କାର ଦୁର୍ଘଟଣାରେ ଗଭୀର ଆଘାତପ୍ରାପ୍ତ ହୋଇ ସମ୍ବଲପୁର ବିକାଶ ହସ୍ପିଟାଲରେ ଚିକିର୍ସିତ ହେଉଥିଲେ l କିନ୍ତୁ ଡାକ୍ତରମାନଙ୍କ ଅକ୍ଲାନ୍ତ ପ୍ରଚେଷ୍ଟା ସତ୍ତ୍ୱେ ତାଙ୍କର ଏହିଠାରେ ଦେହାନ୍ତ ହୋଇଯାଇଥିଲା l ତାଙ୍କର ଚକ୍ଷୁ ସଂଗ୍ରହ ପାଇଁ ତାଙ୍କ ପରିବାର ସ୍ବେଛାକୃତ ଚକ୍ଷୁଦାନ ସଂସ୍ଥା ଅନୁଷ୍ଠାନ ସହ ଯୋଗାଯୋଗ କରିଥିଲେ l ଜ୍ୟୋତି ଅନୁଷ୍ଠାନର ଯୋଗାଯୋଗକ୍ରମେ ବୁର୍ଲା ଚକ୍ଷୁବ୍ୟାଙ୍କର ଡାକ୍ତର ଗୁରୁଦେବ ବିଶି ଓ ଚକ୍ଷୁ ସଂଗ୍ରହ ଉପଦେଷ୍ଟା ଶ୍ରୀ ସୁରେଶ ଚନ୍ଦ୍ର ତ୍ରିପାଠୀ ଆସି ଚକ୍ଷୁ ସଂଗ୍ରହ କରଥିଲେ l ଚକ୍ଷୁ ସଂଗ୍ରହରେ ଜ୍ୟୋତି ଅନୁଷ୍ଠାନର ସଭାପତି ଡ଼ ପରେଶ ଚନ୍ଦ୍ର ଦାନୀ, ଉପସଭାପତି ଅଖିଳ ରଞ୍ଜନ ପଟ୍ଟନାୟକ ଏବଂ ବିକାଶ ହସ୍ପିଟାଲର ଡାକ୍ତର ଅନିଲ ମାଝୀ, ଡାକ୍ତର ଏ ଲତିଫ, ଶ୍ରୀ ଦିଲ୍ଲୀପ ନନ୍ଦପ୍ରମୁଖ ସହଯୋଗ କରିଥିଲେ l ଏପରି ଦୁଃଖଦ ସମୟରେ ମଧ୍ୟ ମୃତ ଯୁବକଙ୍କ ପିତା ଜିତେନ୍ଦ୍ର ଅଗ୍ରୱାଲ, ମାତା ଶ୍ରୀମତୀ ଜ୍ୟୋତି ଅଗ୍ରୱାଲ, ଭଉଣି ଶ୍ଵେତା ଅଗ୍ରୱାଲ ଓ ବଡବାପା ଅଜୟ ଅଗ୍ରୱାଲ ପ୍ରମୁଖ ଚକ୍ଷୁ ସଂଗ୍ରହ ପାଇଁ ସମ୍ମତି ଦେବା ସହ ମୃତ୍ୟୁ ପୂର୍ବରୁ ଚକ୍ଷୁ ସଂଗ୍ରହ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ l ଚକ୍ଷୁ ସଂଗ୍ରହ ପରେ ସେମାନଙ୍କ ପରିବାରବର୍ଗଙ୍କୁ ବୁର୍ଲା ଚକ୍ଷୁବ୍ୟାଙ୍କ ତରଫରୁ ଚକ୍ଷୁଦାନ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।