ନୀଳଡୁଙ୍ଗୁରି ଠାରେ ରାଜ୍ୟର ଦ୍ଵିତୀୟ ଏମ୍ସ ସ୍ଥାପନ ପାଇଁ ଦାବି, କେନ୍ଦ୍ରମନ୍ତ୍ରୀଙ୍କୁ ସ୍ମାରକ ପତ୍ର


ସମ୍ବଲପୁର:କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଗସ୍ତ ଅବସରରେ ପଡିଆବାହାଲ ଠାରେ ଗୁରୁବାର ସ୍ଥାନିୟ ଅଞ୍ଚଲର ଲୋକେ କବରାପାଲି ପଞ୍ଚାୟତ ଅନ୍ତର୍ଗତ ନିଲଡୁଙ୍ଗୁରୀ ଠାରେ ରାଜ୍ୟର ଦ୍ୱିତିୟ ଏମ୍ସ ସ୍ଥାପନ କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଅଂଚଳର ବରିଷ୍ଠ ନାଗରିକ ପ୍ରଫୁଲ୍ଲ କୁମାର ପଣ୍ଡା, ସମାଜସେବୀ ଡା. ରାଜାରାମ ଷଡ଼ଙ୍ଗୀ, ମୃତୁଞ୍ଜୟ ପାଣିଗ୍ରାହୀ, ବିଜୟ କୁମାର ନାୟକଙ୍କ ସମେତ କବରାପାଲି ଗ୍ରମାପଞ୍ଚାୟତର ସମିତି ସଭ୍ୟା ବନିତା ଓରାମ, ବାହାମ ଗ୍ରାମପଞ୍ଚାୟତର ସରପଞ୍ଚ ସରସ୍ବତୀ ଭୁସାଗର, ଟାମ୍ପରଗଡ ସରପଞ୍ଚ କ୍ଷୀରୋଦ ରାଉଲ, ଜୟନ୍ତପୁର ସମିତି ସଭ୍ୟା ଅନିତା ପ୍ରଧାନ, ପୁର୍ବତନ ଜିଲାପରିଷଦ ସଦସ୍ୟ ଦେବାନନ୍ଦ ଭୁସାଗର, ଅମୂଲ୍ୟା ସାହୁ, ପୁର୍ବତନ ବିଧାୟକ ବୃନ୍ଦାବନ ମାଝୀ, ଟିକି ପ୍ରଧାନ, ବଶିଷ୍ଠ ବାଗ, ବିନୋଦ ମେହେର, ପ୍ରମିଲା ମଟାରୀ, କପିଳ ପ୍ରଧାନ, ଝସକେତନ ନାଏକ ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି କବରାପାଲି ଗ୍ରାମପଞ୍ଚାୟତର ନୀଳଡୁଙ୍ଗୁରି ଠାରେ ଏମ୍ସ ସ୍ଥାପନ ଦାବି ନେଇ ସ୍ଥାନୀୟ ଲୋକଙ୍କ ଦସ୍ତଖତ ସମ୍ବଲିତ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ପଶ୍ଚିମ ଓଡିଶାର ସ୍ବାସ୍ଥ୍ୟ ସମସ୍ୟା ଦୁର କରିବା ପାଇଁ ରାଜ୍ୟର ଦ୍ୱିତିୟ ଏମ୍ସ ସ୍ଥାପନ ପାଇଁ ନୀଲଡୁଙ୍ଗୁରୀରେ ଥିବା ୭ଶହ ଏକଡ ସରକାରୀ ଜମି ସବୁଠାରୁ ଉପଯୁକ୍ତ ଅଟେ ୫୩ ନମ୍ବର ଜାତୀୟ ରାଜପଥ ଏହି ସରକାରୀ ଜମି ସଂଳଗ୍ନ ରହିଥିବାରୁ ଯାତାୟତ ସୁବିଧା ସହ ଅଞ୍ଚଲର ବିକାଶ ପାଇଁ ଜରୁରୀ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି ବିଶେଷକରି କୁଚିଣ୍ଡା ଜମନକିରା ଦେବଗଡ ଭଲି ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ଅଞ୍ଚଳ ପାଇଁ ନୀଲଠଡୁଙ୍ଗୁରୀରେ ଏମ୍ସ ସ୍ଥାପନ ହେଲେ ବେଶ ସୁବିଧା ଜନକ ହେବ ବୋଲି ପୁର୍ବତନ ବିଧାୟକ ବୃନ୍ଦାବନ ମାଝୀଙ୍କ ସହିତ ଅଞ୍ଚଳବାସୀ ସ୍ୱର ମିଳାଇଛନ୍ତି।