Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

୬୭ କିଲୋଗ୍ରାମ ଗଂଜେଇ ସହିତ କାର୍ ଜବତ

ସମ୍ବଲପୁର: ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଦୁଇଟି ସ୍ଥାନରେ ଚଢ଼ଉ କରି ସର୍ବମୋଟ ୬୭ କିଲୋଗ୍ରାମ ଗଂଜେଇ ଜବତ କରାଯାଇଛି I ଅଇଁଠାପାଲି ବାଟ ମଙ୍ଗଳା ମନ୍ଦିର ନିକଟରୁ ଏକ ୪୫ କିଲୋଗ୍ରାମ ଗଂଜେଇ ବୋଝେଇ କାର୍ ଜବତ କରାଯାଇଥିଲା I ଚୋରା ଗଂଜେଇ କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ପଦ୍ମନାଭ ସାହୁ, ସଂଜୟ କୁଶୱାହା, ହିତେଶ କୁମାର ଓ ରମଣୀ କୁରୁବଂଶୀକୁ ଗିରଫ କରାଯାଇଛି I ପଦ୍ମନାଭ ବୌଦ୍ଧର ମୂଳନିବାସୀ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କ ଘର ଉତ୍ତରପ୍ରଦେଶର ବାଙ୍କେଡି ଅଂଚଳରେ ବୋଲି ଜଣାପଡ଼ିଛି I ସେହିପରି ବାବୁ ରାମ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଗୋଟିଏ ବାଇକ୍ ସହ ୨୨ କିଲୋଗ୍ରାମ ଗଂଜେଇ ଜବତ କରାଯାଇଛି।