Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ଶିକ୍ଷାନୁଷ୍ଠାନ ର ବାର୍ଷିକୋତ୍ସବ ହାର୍ଭେଷ୍ଟ ୨୦୨୪-୨୫,ମନ ମୋହିଲା ଛାତ୍ରଛାତ୍ରୀ ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ।

କଳାହାଣ୍ଡି:୧୦/୧୧
ଭବାନୀପାଟଣା ସ୍ଥିତ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ର ବାର୍ଷିକ ଉତ୍ସବ “ହାର୍ଭେଷ୍ଟ ୨୦୨୪-୨୫” ପାଳିତ ହୋଇଯାଇଛି । ଏହି ଉତ୍ସବରେ ଶ୍ରୀ ସଚିନ ପାୱାର ଜିଲ୍ଲାପାଳ , କଳାହାଣ୍ଡି , ଡ. ଶ୍ୟାମ ସୁନ୍ଦର ପଟ୍ଟନାୟକ ଭାଇସ ଚାନସେଲର ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵ ବିଦ୍ୟାଳୟ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ରୂପେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ,ଓଡ଼ିଶା ଚେୟାରମ୍ୟାନ ଶ୍ରୀ ଡି. ନାଗେଶ୍ଵର ରାଓ, ପରିଚାଳନା ମଣ୍ଡଳୀ ସଦସ୍ୟ ଶ୍ରୀ ଡି.ଭି.ଭି. ସତ୍ୟନାରାୟଣ , ଶ୍ରୀ .ଡି.ପ୍ରତାପ , ଶ୍ରୀ ଡି.ସୁରଜ୍ , ଡିନ୍ ଶ୍ରୀ ପିତାମ୍ବର ଦାସ , ଡିନ ଆର.ଏସ.ଭି. କ୍ରିଷ୍ଣା, ଡ଼.ପୂର୍ଣେନ୍ଦୁ ମିଶ୍ର ଅଧ୍ୟକ୍ଷ ବିକାଶ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି , ବରଗଡ ,ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ , ଭବାନୀପାଟଣା ନିର୍ଦ୍ଦେଶକ ଡି.ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଡି.ରାମ କୁମାର, ଶିକ୍ଷା ପ୍ରଭାରୀ ଡି.ବିଜୟା, ପରିଚାଳନା ମଣ୍ଡଳୀ ସଦସ୍ୟା ଡି.ପଦ୍ମିନୀ, ଡ଼.ଆଦିତ୍ୟ କୁମାର ପଟ୍ଟନାୟକ ଅଧ୍ୟକ୍ଷ ବିକାଶ ଡିଗ୍ରୀ ମହାବିଦ୍ୟାଳୟ, ଡ଼.ସୁଦୀପ୍ତ ଜେନା ଅଧ୍ୟକ୍ଷ ବିବିଏ ,ବିସିଏ ବିଭାଗ , ଶ୍ରୀଯୁକ୍ତ ଯୁବରାଜ ନାୟକ ଅଧ୍ୟକ୍ଷ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସୁଶ୍ରୀ ଆରତି ମିଶ୍ର ଅଧ୍ୟକ୍ଷା ବିକାଶ ଆବାସିକ ବିଦ୍ୟାଳୟ, ଶ୍ରୀ ବିଶ୍ଵ ରଞ୍ଜନ ରାୟ ଅଧ୍ୟକ୍ଷ ଲକ୍ଷ୍ମୀ ବିକାଶ ଟେକ୍ନୋ ସ୍କୁଲ, କଣ୍ଟାବାଞ୍ଜି, ଶ୍ରୀ ଦେବାଶିଷ ବ୍ରହ୍ମା ଅଧ୍ୟକ୍ଷ ଲକ୍ଷ୍ମୀ ବିକାଶ ଗ୍ଲୋବାଲ ସ୍କୁଲ ,ଜୟପୁର, ଶ୍ରୀ ଗୋପାଳ ସାବତ ଏଡମିନିଷ୍ଟେଟିଭ ଅଫିସର ଲକ୍ଷ୍ମୀ ବିକାଶ ଗ୍ଲୋବାଲ ସ୍କୁଲ ,ଜୟପୁର , ଉପାଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ମହାନ୍ତି, ଜେନେରାଲ ମ୍ୟାନେଜର ଗୁପ୍ତେଶ୍ୱର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରାରମ୍ଭିକ ପର୍ଯ୍ୟାୟରେ ମୁଖ୍ୟ ଅତିଥିଙ୍କ କର କମଳରେ ବାସ୍କେଟ ବଲ୍ ଓ ବେଡମିନଟନ୍ କୋର୍ଟ ର ଶୁଭ ଉଦ୍ଘାଟନ ହୋଇଥିଲା । ଏହାପରେ ମଙ୍ଗଳ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ପୂର୍ବତନ କଳାହାଣ୍ଡି ଓ କଳାହାଣ୍ଡି ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀ ଓ ବର୍ତ୍ତମାନର ଉନ୍ନତ କଳାହାଣ୍ଡି ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଡ଼. ଶ୍ୟାମ ସୁନ୍ଦର ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଶିକ୍ଷା ସହିତ ଜଡ଼ିତ ହୋଇ ତାଙ୍କ ଜୀବନରେ ଘଟିଥିବା ଅନେକ ସ୍ମୃତି ବିସ୍ମୃତିକୁ ବଖାଣି ଥିଲେ ଓ ଉପଯୁକ୍ତ ଶିକ୍ଷା ଦ୍ଵାରା ଏ ସୃଷ୍ଟିର ରହସ୍ୟକୁ ଜାଣିବାକୁ ସକ୍ଷମ ହେବା ବୋଲି ଅଭିମତ ପ୍ରକାଶ କରିଥିଲେ । ଚେୟାରମ୍ୟାନ ଶ୍ରୀ ଡି.ନାଗେଶ୍ବର ରାଓ ତାଙ୍କ ବକ୍ତବ୍ୟରେ କଳାହାଣ୍ଡି ମାଟିରେ ଶିକ୍ଷାର ପ୍ରସାର ଦିଗରେ ଗୁରୁତ୍ତ୍ୱାରୋପ କରିଥିଲେ । ନିର୍ଦ୍ଦେଶକ ଡି.ଶ୍ୟାମ ସ୍ୱାଗତ ଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଅନ୍ୟତମ ନିର୍ଦ୍ଦେଶକ ଡି.ରାମ କୁମାର ବିଦ୍ୟାର୍ଥୀଙ୍କ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ । ପରିଚାଳନା ମଣ୍ଡଳୀ ସଦସ୍ୟା ଡି.ପଦ୍ମିନୀ ନର୍ସିଂ କଲେଜର ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଅଧ୍ୟକ୍ଷ ଡ଼. ଆଦିତ୍ୟ କୁମାର ପଟ୍ଟନାୟକ ଅଧ୍ୟକ୍ଷ ଡ଼.ସୁଦୀପ୍ତ ଜେନା , ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁବରାଜ ନାୟକ ଅଧ୍ୟକ୍ଷା ସୁଶ୍ରୀ ଆରତି ମିଶ୍ର ନିଜ ନିଜ ବିଭାଗର ବାର୍ଷିକ ବିବରଣୀ ପାଠ କରିଥିଲେ । ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ମହାନ୍ତି ପରିଚାଳନା କରିଥିଲେ । ଶିକ୍ଷା ପ୍ରଭାରୀ ଶ୍ରୀମତୀ ଡି.ବିଜୟା ଧନ୍ୟବାଦ ଅର୍ପଣ କରିଥିଲେ ।
“ଇଥେନିକ ଭାରତ ” ଉପରେ ପର୍ଯ୍ୟବେଷିତ ଭାରତୀୟ ସଂସ୍କୃତିରେ କିଭଳି ଭାବରେ ବିଜ୍ଞାନ ନିହିତ ଅଛି ଏହି ପଟ୍ଟଭୂମିରେ କାହାଣୀ ଗତିଶୀଳ ହୋଇ ଅନୁଷ୍ଠାନର ବିଦ୍ୟାର୍ଥୀଙ୍କ ଦ୍ଵାରା ୩୨ ଗୋଟି ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ପ୍ରାୟ ୮୦୦୦ ଅଭିଭାବକଙ୍କ ଉପସ୍ଥିତିରେ ଓ ୧୨୦୦ ଛାତ୍ର କଳାକାରଙ୍କ ନିଖୁଣ ଅଭିନୟର ଯାଦୁ ଓ ଆଖି ଝଳସା ମଞ୍ଚ ଏବଂ ଆଲୋକ ମାଳାରେ ବିକାଶ ଉଇସ ଡ଼ମ୍ ପାର୍କ ପୁରି ଉଠିଥିଲା । ଏହି ଶ୍ରେଷ୍ଠ ଉତ୍ସବକୁ ସଫଳତା ଦେବାକୁ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ,ଅଧ୍ୟାପକ,ଅଧ୍ୟାପିକା ଓ ସମସ୍ତ କର୍ମଚାରୀଙ୍କ ପୂର୍ଣ୍ଣ ସହଯୋଗ ରହିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories