Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଳୀ ପୂଜା ଅବସରରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ୫୬ ତମ କାଳୀ ପୂଜା ତଥା ସହିଦ ଯବାନ ସଚିନ କୁମାର ସାହୁ ଓ ପ୍ରତାପ ନାଏକଙ୍କ ସ୍ମୃତି ଅବସରରେ ଆଜି ସୋନପୁର ମଝିପଡା କଲ୍ୟାଣ ମଣ୍ଡପ ଠାରେ ରମଧୁନ୍ କ୍ଳବ ପକ୍ଷରୁ ଏକ ରକ୍ତଦାନ ଶିବିର ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଟିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞଳିନା ପଧାନ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ସୋନପୁର ଏସ ଡି ପି ଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ସିଡିଏମଓ ଡା. ପ୍ରଦୀପ ଗୁରୁ, ସମାଜସେବୀ ଶ୍ରବତ୍ସ ମଲ୍ଲିକ, ପୁର୍ବତନ କାଉନସିଲର କଇରୁ ସ୍ବାଇଁ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସମୁଦାୟ ୪୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବେଳେ ୬୧ ଜଣ ଚକ୍ଷୁ ପରୀକ୍ଷା କରିଥିଲେ। ସେଥି ମଧ୍ୟରୁ ୬ ଜଣ ରୋଗୀ ଙ୍କ ଅସ୍ତ୍ରୋ ପ୍ରଚାର ପାଇଁ ପଠାଯାଇଛି। ଏଡଭୋକେଟ ଚମ୍ପେଶ୍ୱର୍ ଥାନପତି, କ୍ଳବର ଉପଦେଷ୍ଟା ପଦ୍ମନାଭ ପାଢ଼ୀ, ଭୁକୁଲୁ ବକ୍ସି, ଶେଷଦେବ ମେହେର, ଲଡ଼ୁ କିଶୋର ମଲ୍ଲିକ ମଞ୍ଚରେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଆୟୋଜକ କମିଟି ପରାମର୍ଶ ଦାତା ପୀୟୂଷ ପଣ୍ଡା, ବିକାଶ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ମନୋରଞ୍ଜନ ତ୍ରୀପାଠୀ ସଭା ସଂଯୋଜନା କରିଥିଲେ। ପୂଜା କମିଟି ସଭାପତି ପୁରେନ୍ଦ୍ର ନାଏକ, ଉପ ସଭାପତି ବୁବୁନ ନାଏକ, ସମ୍ପାଦକ ସୁରଜ୍ ସାହୁ, ସହ ସମ୍ପାଦକ ଚନ୍ଦନ ସାହୁ, କୋଷାଧ୍ୟକ୍ଷ ରାଜୀବ ସାହୁ ସହଯୋଗ କରିଥିଲେ। ଡ଼ା ସରୋଜ ପଟେଲ, ବ୍ଲଡ ବ୍ୟାଙ୍କ ଟେକ୍ନି ସିଆନ ଜଗତ ଦରୁୱାନ, ଟିଟୁ ଭୋଇ , ମୁନା ନାଏକ ପ୍ରମୁଖ ରକ୍ତ ଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିବା ବେଳେ କ୍ଳବ୍ ଓ ପୂଜା କମିଟି ର ସମସ୍ତ ସଭ୍ୟ ସହଯୋଗ କରିଥିଲେ।