Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଅବ୍ୟବସ୍ଥା ଘେରରେ ସୋନପୁରର ସ୍ମାର୍ଟ ପାର୍କ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସୋନପୁର ଜିଲ୍ଲା ସଦର ମହକୁମାଠାରେ ଥିବା ସ୍ମାର୍ଟ ପାର୍କ ର ଅବସ୍ଥା ଦିନକୁ ଦିନ ବିଗିଡି ବାରେ ଲାଗିଛି। ଏ ନେଇ ସୋନପୁର ମୁନିସିପାଲଟି କୁ ଘୋର ନିନ୍ଦା କରୁଛନ୍ତି ସହରବାସୀ। ଜିଲ୍ଲା ମୁଖ୍ୟାଳୟରେ କୌଣସି ମନୋରଞ୍ଜନ ସ୍ଥଳ ନ ଥିବା ବେଳେ ତତ୍କାଳୀନ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଙ୍କ ଉଦ୍ୟମ କ୍ରମେ ଓ ତତ୍କାଳୀନ ମ୍ୟୁନିସିପାଲଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂର୍ୟଂଶୁ ଋଟ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ପରିତ୍ୟକ୍ତ ପାର୍କ କୁ ସ୍ମାର୍ଟ ପାର୍କ ରେ ପରିଣତ କରାଯାଇଥିଲା। ଏବଂ ପାର୍କ ର ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ଗ୍ରୁପ ମହିଳା ମାନଙ୍କୁ ନିଯୁକ୍ତ କରାଯାଇ ବହୁତ ସୁନ୍ଦର ରୂପରେଖ ଦିଆଯାଇଥିଲା। ପାର୍କ ରୁ ଆୟ ମଧ୍ଯ ବଢିଆ ହେବାକୁ ଲାଗିଥିଲା। କିନ୍ତୁ ବିଗତ ୧ ବର୍ଷ ହେଲା ପାର୍କ ଭିତରେ ଥିବା ଏକ ମାତ୍ର ସେଲ୍ଫି ତଥା କୁନି କୁନି ଛୁଆ ମାନେ ଫଟୋ ଉଠାଉଥିବା ସ୍ଥଳ ଫାଉଣ୍ଟେନ୍ (ଜଳଫୁଆରା) ଅଚଳ ହୋଇପଡିଛି। ବୁଝିବାରୁ ଜଣାପଡ଼ିଲା ଯେ ପେନାଲ ବୋର୍ଡ ପୋଡି ଯିବାରୁ ତାହା ପ୍ରାୟ ବର୍ଷେ ହେବ ଅଚଳ। ସେପଟେ ଆସ୍ତେ ଆସ୍ତେ ଲାଇଟ ଗୁଡ଼ିକ ମରାମତି ଅଭାବରୁ ଲିଭି ଲିଭି ଆସୁଛି। ବ୍ୟାୟାମ ଉପକରଣ ଅଚଳ, ଶିଶୁ ମାନଙ୍କ କ୍ରୀଡା ଉପକରଣ ଆବଶ୍ୟକ ମେନଟେନାନ୍ସ ଅଭାବରୁ ଶବ୍ଦ କରି ବସିଲାଣି। ଶିଶୁ ମାନଙ୍କ ମା ମାନେ ପାର୍କକୁ ଛୁଆ ମାନଙ୍କୁ ନେଇ ଯାଉଥିବା ବେଳେ ମା ମାନଙ୍କ ଦୋଳି ପାଇଁ ଟିଏ ମଧ୍ଯ ସୁବିଧା ନ ଥିବାରୁ ଘୋର ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ମହିଳା ମାନେ। ଉକ୍ତ ସବୁ ସମସ୍ୟା ପାଇଁ ଜିଲ୍ଲାପାଳ ଉଚିତ ପଦକ୍ଷେପ ନେବାକୁ ସହରବାସୀ ଦାବୀ କରିଛନ୍ତି।