Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ସଞ୍ଜୀବ ମିତ୍ତଲ ଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୂର୍ବତନ ସିନେଟ୍ ସଭ୍ୟଙ୍କ ଦାବି

ସମ୍ବଲପୁର:ଦିନବନ୍ଧୁ ମିଶ୍ରଙ୍କ ଆତ୍ମହତ୍ୟା ଅଭିଯୋଗରେ ଅଭିଯୁକ୍ତ ସମ୍ବଲପୁର ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ସଞ୍ଜୀବ ମିତ୍ତଲଙ୍କୁ ତୁରନ୍ତ ଗିରଫ କରିବାକୁ ପୂର୍ବତନ ସିନେଟ ସଭ୍ୟ, ସଭ୍ୟା ଦାବି କରିଛନ୍ତି।
ମିତ୍ତଳଙ୍କ ସମେତ ବିଶ୍ୱ ବିଦ୍ୟାଳୟର ୨ଅଧିକାରୀ ଅବିନାଶ କର ଓ ପ୍ରଫେସର ବିଶ୍ୱଜିତ ଉଚ୍ଚ ନ୍ୟାୟାଳୟରେ ହାଜର ହେବାକୁ ସମନ ଜାରି କରାଯାଇଥିଲା।କିନ୍ତୁ ଏହି ସମନକୁ ପାଇନଥିବା ଆଳ ଦେଖାଇ ଅନୁପସ୍ଥିତ ରହିବାରୁ ପୁଣି ୱାରେଣ୍ଟ ଜାରି କରାଯାଇଛି।
୨୦୨୧ ଏପ୍ରିଲ ୨୦ ତାରିଖ ଦିନ ଚୁକ୍ତି ଭିତ୍ତିକ କର୍ମଚାରୀ ଦୀନବନ୍ଧୁ ମିଶ୍ର କୁଳପତିଙ୍କ ସମ୍ମୁଖରେ ଆତ୍ମଦାହ କରିଥିଲେ। ଏହାକୁ ନେଇ ଦୁର୍ଗା ପାଢ଼ୀ,ସୁମନ୍ତ ସ୍ବାଇଁ,ପ୍ରକାଶ ଶତପଥୀ,ଅରୁଣ କୁମାର, ହରଦିପ ସିଂ,ଲଳିତ ମିତ୍ତଳ,ସୁରେନ୍ଦ୍ର ମହାନ୍ତି,ବବୁଲୁ ତ୍ରିପାଠୀ,ସୁଧାଂଶୁ ମହାନ୍ତି, କବିତା ମିଶ୍ର, ସୁନନ୍ଦା ପାଢ଼ୀ, ନମିତା ଦାସ ପ୍ରମୁଖ ସିଣ୍ଡିକେଟ ଓ ସିନେଟ୍ ସଭ୍ୟ, ସଭ୍ୟା ତଥା ଓକିଲ ମାନେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ଏହି ମର୍ମରେ ରାଜ୍ୟପାଳ ,ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସମ୍ବଲପୁର ଓକିଲ ଗୋପାଳ ଲାଲ,ହାଇକୋର୍ଟ ଓକିଲ ଲକ୍ଷ୍ମୀ ପଟେଲ,ପ୍ରଶାନ୍ତ ତ୍ରିପାଠୀ ଓ ଦୁର୍ଗା ପାଢ଼ୀ ପ୍ରମୁଖ ଦୀନବନ୍ଧୁଙ୍କ ପରିବାର ତରଫରୁ ଏହି ମକଦ୍ଦମା ଲଢ଼ୁଛନ୍ତି।