କାଦୋଦର କଲେଜ ଅଧ୍ୟାପକ ଙ୍କୁ ବିଲ୍ଡ ଭାରତ ଲିଡରଶିପ ଆୱାର୍ଡ ପ୍ରଦାନ


ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ସ୍ଥିତ ମାଁ ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଆଇଟି ଅଧ୍ୟାପକ ତଥା ଯାଦୁଗର ଉଦ୍ଧବ ପଧାନ ଙ୍କୁ ବିଲ୍ଡ ଭାରତ ଲିଡରସିପ୍ ଆୱାର୍ଡ ସମ୍ମାନରେ ସମ୍ମାନିତ କରାଯାଇଛି। ଭୁବନେଶ୍ଵର ଜୟଦେବ ଭବନ ଠାରେ ଚକ ଦେ ସୁପର -୫୦ ଅବସରରେ ହାପି ମୋମେଣ୍ଟ ଇଣ୍ଡିଆ ପକ୍ଷରୁ ଆୟୋଜିତ ଜାତୀୟ ସମ୍ମିଳନୀ ଏବଂ ନାଗରିକ ସମର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା I ଅଧ୍ୟାପକ ଶ୍ରୀ ପଧାନଙ୍କୁ ସମାଜ ସେବା , ବୃକ୍ଷ ରୋପଣ , ପରିବେଶ ସୁରକ୍ଷା ଓ ଅନ୍ଧବିଶ୍ୱାସ ଉପରେ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟ ଅତିଥି ତଥା ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ସମ୍ୱର୍ଦ୍ଧିତ କରିଥିଲେ । ଏହି ସମାବେଶରେ ଅନୁଷ୍ଠାନର ଫାଉଣ୍ଡର ତଥା ଚେୟାରମ୍ୟାନ ମାଷ୍ଟର ରାଜ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବେ ସମାଜ ସେବି ତଥା ଲେଖିକା ଡ଼. ବନ୍ଦନା ହରିଚନ୍ଦନ , ସମାଜସେବୀ ଶଙ୍କର୍ଷଣ ପରିଡା , ଆଇନଜିବୀ ଉମାକାନ୍ତ ଜେନା , ଭାଗବତ ଗୀତା ପ୍ରବଚକ ପ୍ରଫେସର ପ୍ରଦୀପ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପେକ୍ଷୀରେ ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଲାଭ କରିଥିବା ୫୦ ଜଣ ପ୍ରତିଭା ଙ୍କୁ ଅନୁଷ୍ଠାନ ସମ୍ୱର୍ଦ୍ଧିତ କରିଥଲା l ଏହି ସମାରୋହ କୁ ଅବିନାଶ ବାରିକ ପରିଚାଳନା କରିଥିବା ବେଳେ ଶେଷରେ ଅଧ୍ୟକ୍ଷ ରାଜେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l