Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ନର୍ସିଂ କଲେଜରେ ବିଶ୍ବ ମଧୂମେୟ ଦିବସ ସହ ନେହେରୁ ଜୟନ୍ତୀ ପାଳିତ

ସମ୍ବଲପୁର:ଆଦିବାସୀ ସାମାଜିକ ଓ ସାଂସ୍କୃତିକ ପରିଷଦ ପରିଚାଳିତ ବାଳମତି- ଦେହୁରୀ ନର୍ସିଂ କଲେଜ ପକ୍ଷରୁ ଅଧ୍ୟକ୍ଷା ସିଲକି ମହକୁଲଙ୍କ ସଭାପତିତ୍ବରେ ବିଶ୍ଵ ମଧୂମେୟ ଦିବସ ସହ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁ ଙ୍କ ଜୟନ୍ତୀ ତଥା ଶିଶୁ ଦିବସ ସମାରୋହ ପାଳିତ ହୋଇ ଯାଇଛି ।ଏଥିରେ ପୂର୍ବ ବିଧାୟକ ପରିଷଦର ସମ୍ପାଦକ ବୃନ୍ଦାବନ ମାଝୀ ଓ ଅବସର ପ୍ରାପ୍ତ ଅଧ୍ୟକ୍ଷ ପରିଷଦର ସଭାପତି ସୁବାସ ଚନ୍ଦ୍ର ନାୟକ ଅତିଥି ଭାବରେ ଯୋଗ ଦେଇ ପ୍ରଥମେ ପଣ୍ଡିତ ଜୀ ତୈଳ ଚିତ୍ରରେ ମାଲ୍ୟାର୍ପଣ ଓ ଦୀପ ଦାନ କରି ଶ୍ରାଦ୍ଧ ସୁମନ ଜଣାଇଥିଲେ ।ଉଭୟେ ତାଙ୍କ ଭାଷଣରେ ନେହୁରୁ ଜି ଙ୍କ ଜୀବନୀ,ଶିଶୁ ମାନଙ୍କ ଅଧିକାର ତଥା ମଧୁମେହ ରୋଗ ପ୍ରତି ସଚେତନ ହୋଇ ଏହାର ନିରାକରଣ ପାଇଁ ଜୀବନ ଶୈଳୀ ର ପରିବର୍ତ୍ତନ ପାଇଁ ଆହ୍ବାନ ଦେଇଥିଲେ ।ପ୍ରାରମ୍ଭରେ ଅଧ୍ୟାପିକା ସଲିନା ପଟେଲ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଅଧ୍ୟାପକ ଅଙ୍କନ ପୃଷେଟ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସିପ୍ରା କଉଡ଼ି, ସୁଜିତ୍ ବେହେରା ,କୁନ୍ତଳା କିଶନ ପ୍ରମୁଖ ମଞ୍ଚା ସିନ ଥିଲେ ।ସମସ୍ତ ଛାତ୍ର,ଛାତ୍ରୀ ଙ୍କୁ ପେନ୍ , ସିସା ,ରବର୍ ଓ ପେଡ୍ ଆଦି ଅତିଥି ଗଣ ପ୍ରଦାନ କରିଥିଲେ ।