ସମ୍ବଲପୁର: ସୂଚନା ଓ ଲୋକସମ୍ପର୍କ ବିଭାଗର ଉତ୍ତରାଞ୍ଚଳ ର ଉପ ନିର୍ଦ୍ଦେଶିକା (ସମ୍ବଲପୁର ) ଶ୍ରୀମତୀ କଲ୍ୟାଣୀ ଦାଶ ଙ୍କ ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ର ଦ୍ବିତୀୟ ଦିବସରେ ରାଉରକେଲା ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ଉପ ନିର୍ଦ୍ଦେଶିକା ଭାବରେ ଯୋଗଦାନ କରିବା ପରେ ଏହା ତାଙ୍କର ପ୍ରଥମ ରାଉରକେଲା ଗସ୍ତ। ଏହି ଅବସରରେ ଉପ ନିର୍ଦ୍ଦେଶିକା ଶ୍ରୀମତୀ ଦାଶ ଙ୍କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସୀମା ଫାତିମା ଏକ୍କା ତଥା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଉପ ନିର୍ଦ୍ଦେଶିକା ଶ୍ରୀମତୀ ଦାଶ ରାଉରକେଲା କାର୍ଯ୍ୟାଳୟ ର ବିଭିନ୍ନ ନଥିପତ୍ର, ରେଜିଷ୍ଟାର, ଫାଇଲ ପତ୍ର ଆଦି ଦେଖିଥିଲେ ଓ କାର୍ଯ୍ୟର ସମୀକ୍ଷା କରିଥିଲେ।ସେ ପ୍ରତ୍ୟେକ କାର୍ଯ୍ୟ ଗୁଡ଼ିକୁ ସମୟ ସୀମା ମଧ୍ୟରେ ସମାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ବଣାଇ ସ୍ଥିତ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ମଧ୍ୟ କାର୍ଯ୍ୟ ସମୀକ୍ଷା କରିଥିଲେ।ଶ୍ରୀମତୀ ଦାଶଙ୍କୁ ବଣାଇଁ ଓ ରାଉରକେଲା କାର୍ଯ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅବଗତ କରାଇ ଥିଲେ। ସେ ସମସ୍ୟା ର ସମାଧାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ପରେ ସେ ନୂତନ ନିର୍ମିତ ମହାନଗର ଗ୍ରନ୍ଥାଳୟରେ ପରିଚାଳିତ ସୂଚନା କେନ୍ଦ୍ର ତଥା ପାଠାଗାର ଗସ୍ତ କରିଥିଲେ ଏବଂ ଏହାର ପରିଚାଳନା ଓ ବ୍ୟବସ୍ଥା ପରଖି ସନ୍ତୋଷ ପ୍ରକାଶ କରିଥିଲେ l ଏହି ଅବସରରେ ବଣାଇଁ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପୁଷ୍ପାଜଂଳୀ ସାହୁ , କାର୍ଯ୍ୟାଳୟର କର୍ମଚାରୀ ସୁନନ୍ଦା ଦତ୍ତ, ସୌମ୍ୟ ରଂଜନ ପରିଡା, ବଦ୍ରିନାଥ ରାଉତ, ଭମା ଅହିର , ପ୍ରଦୀପ ମଲ୍ଲିକ ଉପସ୍ଥିତ ଥିଲେ।