Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେଣ୍ଟ, ଜାଭିୟର୍ସ ହାଇସ୍କୁଲରେ ଶିଶୁଦିବସ ପାଳିତ। ଓ ଟ୍ରାଫିକ ସଚେତନତା ଶିବିର ଅନୁଷ୍ଠିତ।

ହାଟଡିହି ଚଣ୍ଡିଆବିରଞ୍ଚିପୁର ସ୍ଥିତ ସେଣ୍ଟ୍ ଜାଭିୟର୍ସ ହାଇସ୍କୁଲରେ ଶିଶୁଦିବସ ମହାସମାରୋହରେ ପାଳନ କରାଯାଇଅଛି । ଉକ୍ତ ଦିବସରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ପାତ୍ର, ବିଶ୍ଵ ତାରିଣୀ ମହିଳା ମହିଳା ବିଦ୍ୟାଳୟ,  ଅର୍ଥନୀତି ବିଭାଗର ପ୍ରଫେସର, ସମ୍ମାନୀତ ଅତିଥି ନରେନ୍ଦ୍ର ନାଥ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ନରେନ୍ଦ୍ର ନାଥ କର, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ପଳତା, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଗୋପବନ୍ଧୁ ସୁଆର ଏବଂ ବିଦ୍ୟାଳୟର ପରିଚାଳକ ତଥା ସଂପାଦକ ଶ୍ରୀଯୁକ୍ତ ଇଂ ଉଦୟନାଥ କର ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ବାରା ଦ୍ବୀପ ପ୍ରଜ୍ବଳନ ତଥା ଆମ ପ୍ରିୟ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଜବାହରଲାଲ ନେହେରୁ ଏବଂ ଓଡିଆମାନଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ପୁଷ୍ପ ଅର୍ପଣ କରି କାର୍ଯ୍ୟକ୍ରମଟିର ଶୁଭାରମ୍ଭ କରାଯାଇଥିଲା । ଉପସ୍ଥିତ ଅତିଥି, ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କଗହଣରେ କୁନିକୁନି ପିଲାମାନଙ୍କଦ୍ଵାରା କୌତୁକ ବସ୍ତ୍ରପରିଧାନର ପ୍ରତିଯୋଗିତା ପରିବେଷଣ କରାଯାଇଥିଲା ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉଚ୍ଚ ଶ୍ରେଣୀର ପିଲାମାନଙ୍କର ଦ୍ଵାରା ପ୍ରଦର୍ଶିତ ହୋଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ମାନେ ଗୁରୁଶିଷ୍ୟମାନଙ୍କ ମଧ୍ୟରେ ସମ୍ପର୍କ, ଶିଶୁମାନଙ୍କପ୍ରତି ଗୁରୁମାନଙ୍କର ନିଷ୍ଠାପର କର୍ତ୍ତବ୍ୟ ପରାୟଣତା, ସଂଯମତା ଓ ଶୃଙ୍ଖଳା ଆଦି ବିଷୟରେ ବିଶେଷ ଜ୍ଞାନ ପ୍ରଦାନ କରିଥିଲେ । ପୁନଶ୍ଚ ମୁଖ୍ୟ ଅତିଥି ବାଇଡଙ୍କ ବାବା ଶ୍ରୀଯୁକ୍ତ ପାତ୍ରଙ୍କ ଦ୍ଵାରା ହାସ୍ୟାତ୍ମକ କଥନ ଓ କବିତା ପଠନ ପରିବେଷିତ ହୋଇଥିଲା । ଏଥିରେ ଉପସ୍ଥିତ ଥିବା ସମସ୍ତ ଅତିଥି, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଅତ୍ୟନ୍ତ ଉତ୍‌ଫୁଲ୍ଲିତ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ବିଭିନ୍ନ ବିଭାଗରେ କୃତୀତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉପହାର ଓ ପ୍ରମାଣପତ୍ର ମୁଖ୍ୟଅତିଥି ଓ ଉପସ୍ଥିତ ଅନ୍ୟାନ୍ୟ ଅତିଥିଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା । ସଭାଶେଷରେ ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଗୋଲକ ବିହାରୀ ସାହୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ଉକ୍ତ ଦିବସଟିକୁ ଅତ୍ୟନ୍ତ ଜୀବନ୍ତ ଓ ପରିପୃଷ୍ଟକରିବାରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସଞ୍ଜୟ ମଜୁମ୍ଦାର ଓ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯଥା ଶୁଭଶ୍ରୀ ପଣ୍ଡା, ତନୁଶ୍ରୀ ତନୟା ପହି, କାବେରୀ ନାୟକ, ଭାଗ୍ୟଶ୍ରୀ ସାହୁ, ପ୍ରୀତିନନ୍ଦା ମଲ୍ଲିକ, ରଶ୍ମିପ୍ରଭା ଖଟୁଆ, ପୂଜା ରଣା, ଊର୍ମି ମହାନ୍ତି, ବିଷ୍ଣୁପ୍ରିୟା ଦାଶ, ବିଜୟ କୁମାର ପହି, ଦେବେନ୍ଦ୍ରନାଥ ପାଢୀ, ଦୟାନିଧି ଚିନରା, ପ୍ରଶାନ୍ତ କୁମାର ଦାସ, ବିଶ୍ଵଭାରତୀ ମିଶ୍ର, ହିମାଂଶୁ ରଞ୍ଜନ ବାରିକ୍, ସଂଗ୍ରାମ କେଶରୀ ପଟ୍ଟନାୟକ, ଦେବାଶିଷ ରାଉତ, ବ୍ରହ୍ମାନନ୍ଦ ମଲ୍ଲିକ, ଚନ୍ଦ୍ରଶେଖର ବାରିକ୍‌ଙ୍କ ଏବଂ ମଞ୍ଜୁଲତା ଖୁଣ୍ଟିଆ, ଉର୍ମିଳା ସେଠୀଙ୍କ ସହଯୋଗ ଓ ଭୂମିକା ଅତ୍ୟନ୍ତ ଉଲ୍ଲେଖନୀୟ। ଶେଷରେ କୁନି ପିଲା ମାନଙ୍କୁ ନେଇ ଏକ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲେ। ଯାହାକି ପିଲା ମାନଙ୍କୁ ବେଶ୍ ଶିକ୍ଷଣୀୟ କଥା ସହ ମଜା ଦେଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ