Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖରିଆର ରୋଡ ଏନ୍ଏସିରେ ଅଘଟଣ,ନିର୍ବାହୀ ଅଧିକାରୀଙ୍କୁ ସଭା ମଧ୍ୟରେ ଅତର୍କିତ ଆକ୍ରମଣ ଯୋଜନା

ସମ୍ବଲପୁର:ନୂଆପଡ଼ା ଜିଲ୍ଲା ଖରିଆର ରୋଡ ଏନ୍ଏସି ରେ ଘଟିଛି ଅଭାବନୀୟ ଘଟଣା। ନିର୍ବାହୀ ଅଧିକାରୀଙ୍କୁ ହୋଇଛି ଆକ୍ରମଣ।ନିର୍ବାହୀ ଅଧିକାରୀ କମଳା କାନ୍ତ ରଥ ଙ୍କ ନିକଟକୁ ଆସିଥିବା ନାଗରିକ ଅତର୍କିତ ଭାବେ ଉତ୍ତେଜିତ ହୋଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତାଙ୍କ ଉପର କୁ ଚୌକି ଫିଙ୍ଗିବାର ପ୍ରୟାସ କରିଥିବା ବେଳେ ସାଧାରଣ ଲୋକ ଉତ୍ତେଜିତ ବ୍ୟକ୍ତିଙ୍କୁ କାବୁ କରି ବାହାର କୁ ପଠାଇଥିଲେ। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କାର୍ଯ୍ୟକାରିତା ପ୍ରମାଣ ପତ୍ର (ୟୁସି) ଦେବା ପାଇଁ ମିଳିତ ରୂପେ ଯୋଜନା ବଦ୍ଧ ଭାବରେ ଆକ୍ରମଣ କରିବା ବିଷୟରେ ଆଲୋଚନା ହେଉଛି । ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ସହ ବିଭିନ୍ନ ପାଣ୍ଠି ର କାର୍ଯ୍ୟକାରିତା ଉପରେ ସରକାର ଏକ ପତ୍ରାଲାପ୍ ହୋଇଥିଲା। ଏହା ଦେବା ପାଇଁ ଉପସ୍ଥିତ ଜନତା କୁଆଡେ ଦାଵି କରିଥିଲେ। ନୂଆପଡ଼ା ବିଧାୟକଙ୍କ ପୁଅ ଜୟ ଢୋଲକିଆ ମଧ୍ୟ ଉପସ୍ଥିତ ଥିବା କୁହାଯାଉଛି । କିଏ ଟେବୁଲ୍ ବାଡ଼ାଇ ଓ କାହିଁକି କାଗଜପତ୍ର ଫୋପାଡ଼ି ଥିଲେ ତାହା ସ୍ପଷ୍ଟ ହୋଇନି। କିନ୍ତୁ ଜିଲ୍ଲା ପାଇଁ ଏଭଳି ଅଭାବନୀୟ ଘଟଣା ଜିଲ୍ଲା ମୁହଁକୁ ତଳ କରିଦେଇଛି ବୋଲି ଆଲୋଚନା ହେଉଛି। ତେବେ ଏହି ଘଟଣା ସମ୍ପର୍କରେ ନିର୍ବାହୀ ଅଧିକାରୀଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ଏହି ବିଷୟକୁ ନେଇ ଥାନାରେ ମାମଲା ହୋଇଥିବା ନେଇ ମଧ୍ୟ ଜଣାପଡ଼ିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ