ଭାରତୀୟ କିସାନ ସଂଘ, ବରଗଡ଼ ଜିଲ୍ଲା ନୂତନ କାର୍ଯ୍ୟକାରିଣୀ ଗଠିତ


ସମ୍ବଲପୁର:ଗୁରୁବାର ଦିନ ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ରେ ଶ୍ରୀ ପିତାମ୍ବର ସାହୁ ଙ୍କ ସଭାପତିତ୍ୱ ରେ ଭାରତୀୟ କିସାନ ସଂଘ, ବରଗଡ଼ ଜିଲ୍ଲା ର ସାଧାରଣ ପରିଷଦ ସଭା ଅନୁଷ୍ଠିତ ହୋଇ କୃଷି ଓ କୃଷକ ର ସମସ୍ୟା ଏବଂ ସଂଗଠନ ଉପରେ ସବିଶେଷ ଆଲୋଚନା ହୋଇ ଯାଇଛି.। ଜିଲ୍ଲା ର ୯ଗୋଟି ବ୍ଲକ ର ପ୍ରତିନିଧି ଗଣ ଯୋଗଦେଇ ଚାଷୀ ର ସମସ୍ୟା ଉପରେ ଆଲୋକପାତ କରି ଥିଲେ .ଏବଂ ଗ୍ରାମ୍ୟ ସମିତି, ବ୍ଲକ ସମିତି ର ସଦସ୍ୟ ଗଣ ବୈଠକ ରେ ଉପସ୍ଥିତ ରହି ଆଗାମୀ ତିନି ବର୍ଷ ପାଇଁ ଜିଲ୍ଲା କର୍ମକର୍ତା ଙ୍କୁ ନିର୍ବାଚିତ କରିଥିଲେ..।
ଉକ୍ତ ବୈଠକରେ ରାଜ୍ୟ ସଭାପତି ଶ୍ରୀମୁଖ ପ୍ରଧାନ ଓ ରାଷ୍ଟ୍ରୀୟ ସଦଶ୍ୟ କେଦାର ମିଶ୍ର ସମବେତ କାର୍ଯ୍ୟକର୍ତା ଙ୍କୁ ମାର୍ଗ ଦର୍ଶନ ଦେଇ କିସାନ ସଂଘ ର ଆଭିମୁଖ୍ୟ,, ଲାଭକାରି ମୂଲ୍ୟ, ବିଦେଶୀ ବିହନ GM ସୋରିଷ ଓ ବିଦେଶୀ କମ୍ପାନୀ ଙ୍କର ଷଡଯନ୍ତ୍ର, କୃଷି ପାଇଁ ହେଉଥିବା କୂଟନୀତି, ମଣ୍ଡି ର ସୁ ବ୍ୟବସ୍ଥା, ଶୀତଳ ଭଣ୍ଡାର, ପଣ୍ୟୀଗାର ଇତ୍ୟାଦି ସମସ୍ୟା ନେଇ ଜିଲ୍ଲା ର ୯ଟିବ୍ଲକ ରୁ କାର୍ଯ୍ୟକର୍ତା ଯୋଗଦାନ କରି ଦେଶ ନିର୍ମାଣ ରେ କୃଷକ ର ଭୂମିକା କେତେ ଗୁରୁତ୍ୱ ପୂର୍ଣ୍ଣ ତାହା ସୂଚେଈ ଦେଇଥିଲେ.ଏବଂ ନବ ନିର୍ବାଚିତ କର୍ମକର୍ତ୍ତା ଙ୍କ ନାମ କୁ ଅନୁମୋଦନ କରିଥିଲେ।ସର୍ବସମ୍ବତି କ୍ରମେ ସଭାପତି ରୂପେ ଶ୍ରୀ ପିତାମ୍ବର ସାହୁ ସମ୍ପାଦକ ରୂପେ ଶ୍ରୀ କବିରାଜ ସାହୁ,କୋଷାଧକ୍ଷ ରୂପେ ଶ୍ରୀ ଭୁପାଳ ବିଶି , ମହିଳା ପ୍ରମୁଖ ଶ୍ରୀମତୀ ସୁଷମା ପ୍ରଧାନ ,ଓ ଯୁବ ପ୍ରୁମୁଖ ରୂପେ ଶ୍ରୀ ସୁଦାମ ଚରଣ ଦାଶ ! ଗୋ ପ୍ରମୁଖ ରୂପେ ଶ୍ରୀ ସେବାରମ ମେହେର, ଜୈବିକ ପ୍ରମୁଖ ରୂପେ ନିର୍ବାଚିତ ହୋଇଥିଲେ.। ଶ୍ରୀ ସୁଶାନ୍ତ ଗର୍ତିଆ, ଚୈତନ୍ୟ କର୍ଣ୍ଣ,ଗଙ୍ଗା ପୂଝlରୀ,ବଳରାମ ମେହେର ଆଶୁତୋଷ ଆଚାର୍ଯ୍ୟ, ମୁଚିଲା ଶ୍ରୀନିବାସ, ଦେବାନନ୍ଦ ସାହୁ,ହାରଧାନ ପଧାନ ପ୍ରମୁଖ ଉପସ୍ଥିତ ରହି ଥିଲେ । ନବନିର୍ବାଚିତ ସମ୍ପାଦକ କବିରାଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।