Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ପାଳନ

ସମ୍ବଲପୁର:ସ୍ଥାନୀୟ ବୁଢ଼ାରାଜା ଭୀମଭୋଇ ନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଜି ଶିଶୁ ଦିବସ ପାଳନ ହୋଇ ଯାଇଛି।ଏହି ଅବସରରେ କୁନି କୁନି ଛାତ୍ର ଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ନାଚ ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଆଇନଜୀବୀ ଜୟକୃଷ୍ଣ ବେହେରା ଓ ସଂମାନିୟ ଅତିଥି ଭାବରେ ଚିତ୍ତରଞ୍ଜନ ପଣ୍ଡା ଉପସ୍ଥିତ ହୋଇ କୁନିକୁନି ଶିଶୁଙ୍କୁ ପୁରସ୍କୃତ କରିଥିଲେ। ବବୃବାହାନ ଭୋଇ ଅତିଥି ପରିଚୟ କରି ସଭା ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ହେମନ୍ତ ପଣ୍ଡା, ସଞ୍ଜୟ କୁମାର ଦାସ, ସନ୍ତୋଷ ମିଶ୍ର, ଶୁଭଶ୍ରୀ ବଡ଼ପଣ୍ଡା, ହାସ୍ୟମୟୀ ବେହେରା, ସ୍ୱାଗତିକା ବାରିକ,ସଂଯୁକ୍ତା ପାଣିଗ୍ରାହୀ, ଗୀତାରାଣୀ ମିର୍ଦ୍ଧା, ରଶ୍ମିତା ସାହୁ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ