Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଦିଶା ବୈଠକ ରେ ଏମପି ବିଧାୟକ ତୁ ତୁ ମେ ମେ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ରାଜ୍ୟରେ ନୂଆ ସରକାର ଗଠନ ପରେ ସୁବର୍ଣ୍ଣପୁରର ପ୍ରଥମ (ଦିଶା) ଜିଲ୍ଲା ଉନ୍ନୟନ ସମନ୍ଵୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ବୁଧବାର ଦିନ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁବର୍ଣ୍ଣପୁର ବୈଠକ ର ଦିଶାର ସେକ୍ରେଟାରୀ ଜିଲ୍ଲାପାଳ ଅନ୍ୟା ଦାସ ପ୍ରଥମେ ସୂଚନା ପ୍ରଦାନ କରିଥିଲେ। ବୈଠକ ରେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ବୀର ମହାରାଜ ପୁର ବିଧାୟକ ରଘୁନାଥ ଜଗଦଲା ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ବଲାଙ୍ଗିର ଏମ୍‌ପି ସଙ୍ଗୀତା ସିଂଦେଓ ବକ୍ତବ୍ୟ ପ୍ରଦାନ କରିବା ପରେ ସମୀକ୍ଷା ବୈଠକ ଆରମ୍ଭ ହେବା କ୍ଷଣି ବିଧାୟକ ନିରଞ୍ଜନ ପୂଜାରୀ ଦିଶା ବୈଠକର ଗାଇଡ୍‌ ଲାଇନ ବିଷୟରେ ଅଡି ବସି ତଥ୍ଯ ରଖିବା ସହ ପ୍ରତି ୩ ମାସରେ ଥରେ ବୈଠକ କରିବାକୁ ଓ କମିଟି ସଭ୍ୟମାନଙ୍କୁ ଯଥେଷ୍ଟ ପୂର୍ବରୁ ସୂଚନା ମିଳୁ ନ ଥିବା ବିଷୟ କହିଥିଲେ। ଏଥିରେ ଏମ୍‌ପି ସିଂଦେଓ ଅଯଥା ସମୟ ନଷ୍ଟ ନ କରି ବିକାଶ ମୁଦ୍ଦାକୁ ଆସିବା ପାଇଁ କହିବାରୁ ଏମ୍‌ପି ଓ ବିଧାୟକଙ୍କ ମଧ୍ୟରେ ବେଶ… ସମୟ ଧରି ତୁ ତୁ ମେ ମେ ହେବା ସହ ଉଭୟ ଙ୍କ ମଧ୍ୟରେ ଆକ୍ଷେପ ପ୍ରତ୍ୟାକ୍ଷେପ ହୋଇଥିଲା। ଏମପି ସିଂଦେଓ କହିଥିଲେ ବେକାର ରାଜନୀତି କଥା ନ କହି କେମିତି ସୋନପୁର ଜିଲ୍ଲାର ବିକାଶ ହେବ ବିଧାୟକ କୁହନ୍ତୁ। ଆଉ ୨୪ ବର୍ଷ ଶାସନରେ ସୋନପୁର ଜିଲ୍ଲାର କଣ ବିକାଶ ହୋଇଛି ତାହା ସମସ୍ତେ ଜାଣନ୍ତି ବୋଲି କହିବା ସହ ଆଗରୁ ଗାଇଡ ଲାଇନ କୁଆଡେ ଯାଇ.. ଥିଲା ବୋଲି କହିଥିଲେ। ପରେ ଏମ୍‌ପି ଓ ବିଧାୟକଙ୍କ ସମର୍ଥକ ମାନେ ଛିଡ଼ାହୋଇ ନିଜ ନିଜର ନେତାଙ୍କୁ ସମର୍ଥନ ଜଣାଇଥିଲେ। ପରେ ଜିଲ୍ଲା ପରିଷଦ ସିଡ଼ିଇଓ ଅଶ୍ଵିନୀ ମେହେର ଏଣୁ ଏଣିକି ଯଥେଷ୍ଟ ପୂର୍ବରୁ ବୈଠକ ବିଷୟ ରେ ସୂଚନା ଦିଆଯିବ ବୋଲି ବିଧାୟକଙ୍କୁ କହିଥିଲେ। ପ୍ରାୟ ୨୦/୨୫ ମିନିଟ ଏଭଳି ଚାଲିବା ପରେ ବୈଠକ ସ୍ବାଭାବିକ ହୋଇଥିଲା। ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ଧାନ ସଂଗ୍ରହ ପ୍ରକ୍ରିୟା, ବୀରମହାରାଜପୁର ରେ ହସ୍ପିଟାଲ ଷ୍ଟାଫ କ୍ୱାଟର ତଥା ବିଭିନ୍ନ ସମସ୍ୟା ଉପସ୍ଥାପନ ବିଷୟ କରିଥିଲେ। ୱାର୍କ୍ସ ବିଭାଗକୁ ସମସ୍ତ କାମ ର ରୂପ ରେଖ ପ୍ରସ୍ତୁତ କଲା ବେଳେ ନିଜେ ନିଜେ ନ କରିବାକୁ ଏମପି ପରାମର୍ଶ ଦେବା ସହ ଜିଲ୍ଲା ପ୍ରଶାସନ ଛତୁଆ ସ୍କାମ ରେ ଲିପ୍ତ ଗୋଷ୍ଠୀଙ୍କୁ କାର୍ଯ୍ୟରୁ ଅନ୍ତର ନ କରି ଅନୁକମ୍ପା ପ୍ରଦର୍ଶନ କରୁଥିବା ଅଭିଯୋଗ ଆଣିଥିଲେ। ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଜଳସେଚନ ଯୋଗାଣ, ରାଜସ୍ବ ଏପରି ସମଗ୍ର ୨୨ ଟି ବିଭାଗର ସମୀକ୍ଷା ହୋଇଥିଲା। ବୈଠକରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଏସ୍‌ପି ରାମପ୍ରସାଦ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର, ସୋନପୁର ଉପଜିଲ୍ଲାପାଳ ଡ.ସୌମ୍ୟରୂପା ରଥ, ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସି ତଥା ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।