ନୂତନ ବସଷ୍ଟାଣ୍ଡ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ସହରବାସୀଙ୍କ ଦାବୀ, ଦାନା ବାନ୍ଧୁଛି ଆନ୍ଦୋଳନ


ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ବହୁ ପ୍ରତୀକ୍ଷିତ ସୋନପୁରର ନୂତନ ବସଷ୍ଟାଣ୍ଡ କାର୍ଯ୍ୟ ଶୀଘ୍ର କରିବାକୁ ସହରବାସୀଙ୍କ ପକ୍ଷରୁ ଦାବୀ ହେଉଛି। ଗତବର୍ଷ ଅଗଷ୍ଟ ୨୩ ତାରିଖରେ ତତ୍କାଳୀନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସି ମାଧ୍ୟମରେ ସୋନପୁର ରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।ଏହି ନୂତନ ବସଷ୍ଟାଣ୍ଡରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହୋଇଥାନ୍ତା ହେଲେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ହୋଇସାରିଥିଲା ବେଳେ କାମ କାହିଁକି ଆରମ୍ଭ ହେଉନାହିଁ ଏହା ସମସ୍ତ ଙ୍କୁ ଚକିତ କରିଛି।। ରାଜ୍ୟ ର ବିଭିନ୍ନ ସଦର ମହକୁମାରେ ପ୍ରାୟ ବସଷ୍ଟାଣ୍ଡ ନିର୍ମାଣ ହୋଇ ଯାତ୍ରୀ ମାନଙ୍କ ବ୍ୟବହାର ହେଲାଣି। କିନ୍ତୁ ଦ୍ୱିତୀୟ ବାରାଣାସୀ କୁହାଯାଉଥିବା ସୋନପୁର ସହରରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟରମ୍ଭ ହୋଇ ପାରୁ ନାହିଁ। ଏହାର ବିଳମ୍ବିତ ନେଇ ଯାତ୍ରୀ ଓ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଖରା ଓ ବର୍ଷା ଦିନରେ ଖୋଲା ଆକାଶରେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ଅନେକ ଅସୁବିଧାର ସାମ୍ନା କରୁଛନ୍ତି ଯାତ୍ରୀ ଓ ପର୍ଯ୍ୟଟକ। ଶୈବ, ଶାକ୍ତ, ବିଷ୍ଣୁ ସହ ମହିମା ଧର୍ମ ମହାମିଳନ ସ୍ଥଳୀ ସୁବର୍ଣ୍ଣପୁର ଜିଲ୍ଲାଙ୍କୁ ବହୁ ପର୍ଯ୍ୟଟକ ସହ ପ୍ରତ୍ୟହ ହଜାର ହଜାର ଯାତ୍ରୀ ଆସୁଛନ୍ତି ହେଲେ ବସ୍ କୁ ଅପେକ୍ଷା କରୁଥିବା ଯାତ୍ରୀ ଙ୍କ ପାଇଁ ବିଶ୍ରାମଗାର ଟିଏ ନଥିବା ହେତୁ ୟା ତା ଦୋକାନ ପିଣ୍ଡା ବାହାରେ ହନ୍ତସନ୍ତ ହେଉଛନ୍ତି। ସଦର ମହକୁମାର ପୁରୁଣା ବସଷ୍ଟାଣ୍ଡ ର ଦୁରାବସ୍ଥା ଦେଖିକ୍ଷୋଭ ପ୍ରକାଶ ମଧ୍ୟ କରୁଛନ୍ତି। ଅନ୍ୟ ପକ୍ଷରେ ସୋନପୁର ସହର କେନ୍ଦ୍ର ସ୍ଥଳୀରେ ଉକ୍ତ ନୂତନ ବସଷ୍ଟାଣ୍ଡ ନିର୍ମାଣ ହେବାପାଇଁ ଜମି ଅଧିଗ୍ରହଣ ହୋଇ ସେଠାରେ ଥିବା ଭୀମଭୋଇ କଳା ମଣ୍ଡପ, ପୁରୁଣା ଟାଉନ୍ ହଲ୍ ସହ କିଛି କିଓସ୍କ ର ଷ୍ଟଲ ସବୁ ଭଙ୍ଗା ସରିଛି ଓ ବସଷ୍ଟାଣ୍ଡ ପାଇଁ ଫଣ୍ଡ୍ସ ମଧ୍ୟ ରହିଛି । ହେଲେବି ଆରମ୍ଭ ପାଇଁ ଅସୁବିଧା ଯେ କେଉଁଠି ରହିଛି ଏହାର ଉତ୍ତର ମଧ୍ୟ କାହାପାଖରେ ନାହିଁ। ଏହିଠାରେ ହିଁ ଅତ୍ୟାଧୁନିକ ନୂତନ ବସଷ୍ଟାଣ୍ଡ ନେଇ ସହର ବାସୀ ଉତ୍ସାହିତ ଓ ଆଶାବାଦୀ ଅଛନ୍ତି। ଏହି ନୂତନ ବସଷ୍ଟାଣ୍ଡ ପାଇଁ ୩.୩୪ ଏକର ଜମି ଓଡ଼ିଶା ରାଜ୍ୟ ସଡ଼କ ପରିବହନଙ୍କୁ ହସ୍ତାନ୍ତରିତ କରାଯାଇଛି। ତେବେ ନୂତନ ବସଷ୍ଟାଣ୍ଡ ନେଇ ଟାଉନ ହଲ,ଭୀମ ଭୋଇ କଳା ମଣ୍ଡପ, ବିଶ୍ରାମ ଗାର ଉଚ୍ଛେଦ ହୋଇଛି ତା ସଙ୍ଗେ ସଙ୍ଗେ କେତେକ ଷ୍ଟଲ ମାଲିକ ମଧ୍ୟ ନିଜ ପକ୍ଷରୁ ଷ୍ଟଲ ଛାଡି ଦେଇ ଥିବାରୁ ଷ୍ଟଲ ଭଙ୍ଗା ଯାଇଛି। ନୂତନ ବସଷ୍ଟାଣ୍ଡ ନେଇ ଟେଣ୍ଡର କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଛିି। ଏହି ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ତ୍ଵରାନ୍ନିତ କରିବା ପାଇଁ ରାଜନୈତିକ ନେତ୍ଵବୃନ୍ଦ ଓ ଜିଲ୍ଲା ପ୍ରଶାସନ ତ୍ୱରିତ ପଦକ୍ଷେପ ନେବାକୁ ଦାବି ହେଉଛି। ପ୍ରକାଶ ଯୋଗ୍ୟ ଯେ ଏଠାରେ ହିଁ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପୃଥକ ପୃଥକ ଭାବେ ପୌର ସଂସ୍ଥାର ସମସ୍ତ କାଉନସିଲର, ବେସରକାରୀ ବସ୍ ମାଲିକ ସଂଘ, ଟେକ୍ସି ସଂଘ୍, ଜିଲ୍ଲା ବଣିକ ସଂଘ, ଅଟୋ ଚାଳକ ସଙ୍ଘ ଓ ବୁଦ୍ଧିଜୀବିମାନେ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କର ଦାବିପତ୍ର ଦେଇଛନ୍ତି ତେବେ ମଧ୍ୟ ପ୍ରଶାସନିକ ସ୍ଥରରେ କିଛିବି ପଦକ୍ଷେପ ନନେବା ଯୋଗୁଁ ଏବେ ଜନ୍ ଅସନ୍ତୋଷ ଦାନା ବାନ୍ଧୁଛି। ଆଗାମୀ ଏକମାସ ମଧ୍ୟରେ ଯଦି ନୂତନ ବସଷ୍ଟାଣ୍ଡ ନିର୍ମାଣ କାମ ଆରମ୍ଭ ନହୁଏ ତାହେଲେ ସରକାର ଏକ ବିରାଟ ଜନ ଆନ୍ଦୋଳନର ସାମ୍ନା କରିବେ ବୋଲି ବହୁ ସଚେତନ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି।

ଆନ୍ଧ୍ର ପ୍ରଦେଶ ପଥର କୁଆଁରୀ ବିସ୍ପୋରଣରେ ପ୍ରାଣ ହରାଇଥିବା ଗଜପତି ଜିଲ୍ଲାର ୨ ପରିବାରକୁ ଭେଟିଲେ ବିଜେଡ଼ି ନେତାପାରଳାଖେମୁଣ୍ଡି:୬/୮(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ୨ ଜଣ ଶ୍ରମିକ ଆନ୍ଧ୍ରର ଏକ ପଥର କୁଆଁରୀ ବିସ୍ପୋରଣରେ ମୃତ୍ୟୁବରଣ କରିଥିଲେ. ମୃତ୍ୟୁବରଣ ପରିବାରକୁ ସମବେଦନା ଜଣାଇବା ସହ ଆବଶ୍ୟକ ସରକାରୀ ସାହାର୍ଯ୍ୟ ଦାବି ନେଇ ଗଜପତି ଜିଲ୍ଲାର ବିଜେଡି ନେତାମାନେ ମୃତ ପରିବାରକୁ ଭେଟି ସରକାରଙ୍କୁ ଦାବି ଜଣାଇଛନ୍ତି. ଘଟଣାରୁ ପ୍ରକାଶ, ଗତ ୩ତାରିଖ ଦିନ ଆନ୍ଧ୍ରପ୍ରଦେଶର ଏକ ପଥର କୁଆଁରୀ ବିସ୍ପୋରଣ ସମୟରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା. ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାର ୪ ଜଣ ଓ ଗଜପତି ଜିଲ୍ଲାର ୨ଜଣ ରହିଛନ୍ତି. ଉକ୍ତ ଖବର ପାଇ ପାରଳା ବିଧାୟକ ଇଂ ରୁପେଶ ପାଣିଗ୍ରାହୀ, ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ, ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଚନ୍ଦ୍ରଗିରି ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁନିଲ ବିଷୋୟୀ ପ୍ରମୁଖ ଗଜପତି ଜିଲ୍ଲା ମୋହନା ବ୍ଳକର ଦୁଇ ମୃତକ ଭାସ୍କର ବିଷୋୟୀ ଓ ଟୁକୁନା ଦଳାଇଙ୍କ ମୃତ ପରିବାରଙ୍କ ଘରେ ପହଞ୍ଚି ସେମାନଙ୍କୁ ସାନ୍ତ୍ୱନା ଦେବା ସହ 2 ମୃତକଙ୍କ ଆତ୍ମାର ସଦଗତି କାମନା କରିଥିଲେ. ଏଥିସହ ଦୁଇ ପରିବାରକୁ ଆର୍ଥିକ ସହାୟତା ସହ ଆବଶ୍ୟକ ସମସ୍ତ ସୁବିଧା ସୁଯୋଗ ସରକାର ପ୍ରଦାନ କରନ୍ତୁ ବୋଲି ବିଜେଡିର ଏହି ନେତାମାନେ ଦାବି କରିଛନ୍ତି.ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଦୁଇ ମୃତ ପରିବାରର ପିଲାମାନଙ୍କୁ ପାଠ ପଢିବା ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ.