Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ମହାନଦୀ ମେଧାବୃତ୍ତି ଆରମ୍ଭ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସହରର ଇ-ମଡେଲ ପବ୍ଲିକ ସ୍କୁଲ ଓ ନିଓ କମ୍ପ୍ୟୁଟର ମିଳିତ ଆନୁକୂଲ୍ୟରେ ଆଜି ମହାନଦୀ ମେଧାବୃତ୍ତି ଯୋଜନାର ଆରମ୍ଭ କରାଯାଇଛି। ଏଥିପାଇଁ ଆୟୋଜିତ ଏକ ସଭାରେ ସମାଜସେବୀ କ୍ଷୀରସାଗର ବିଭାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଜାତୀୟ ଶିକ୍ଷା ଦିବସ ଓ ଶିଶୁ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅଧ୍ୟାପକ ଉମାକାନ୍ତ ନାଗ ସୋନପୁର ମହାବିଦ୍ୟାଳୟ, ମୁଖ୍ୟବକ୍ତା ଯୁବ ଆଇନଜୀବି ଅଦୈତ ପଣ୍ଡା, ସ୍ୱତନ୍ତ୍ର ଅତିଥିଭାବେ ଡ଼.ଅନିରୁଦ୍ଧ କୁରକୁରିଆ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର ଓ ସମାଜସେବୀ ଦୁର୍ୟୋଧନ ମେହେର, ଶିଶୁ ଅତିଥି ତ୍ରିନାଥ ମେହେର ଆଦି ମଞ୍ଚାସିନ ଥିବାବେଳେ ଅନୁଷ୍ଠାନର ସମସ୍ତ ଶିକ୍ଷାର୍ଥୀ ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଉପସ୍ଥିତ ମୁଖ୍ୟ ଅତିଥି ଓ ଶିକ୍ଷା ନବିଶ ମାନେ ମହାନଦୀ ମେଧାବୃତ୍ତି ଏକ ମାଗଣା ଶିକ୍ଷା ମେଧାବୃତ୍ତି ଯୋଜନା ଯାହାକି ପ୍ରଥମ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଅନାଥ, ବେସାହାରା, ଅନୁସୂଚିତ ଜାତି, ଜନଜାତି ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ସହ ସମସ୍ତ ଆନୁସଙ୍ଗିକ ଖର୍ଚ୍ଚ ଇ-ମଡେଲ ପବ୍ଲିକ ସ୍କୁଲ ମାଧ୍ୟମରେ କରାଯିବାକୁ ଥିବାବେଳେ ଏହାର ଚୟନ ପ୍ରକ୍ରିୟାରେ ମହାନଦୀ ଯୁବ ସଙ୍ଗଠନର ସହଯୋଗ ସହ ଅନୁଷ୍ଠାନ ତରଫରୁ ସାଧାରଣ ଭାବେ ଶିକ୍ଷାନୁଷ୍ଠାନ ଆରମ୍ଭରୁ ଦୀର୍ଘ ୧୭ ବର୍ଷ ହେବ ସ୍ୱଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ଶିକ୍ଷାଦାନ ବ୍ୟବସ୍ଥାକୁ ବ୍ୟାପକ ହଜାର ସଂଖ୍ୟାରେ ଏହାକୁ ବହୁ ଗୁଣିତ କରିବା ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ ଓ ସହଯୋଗ ହେଲେ ବହୁ ଛାତ୍ରଛାତ୍ରୀ ସୁବିଧା ପାଇବେ ବୋଲି ଅନୁଷ୍ଠାନର ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ବିଭାର କହିଛନ୍ତି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହକର୍ମୀ ଶିବାନୀ ଡାକୁଆ, ରୋଜାଲିନ ବେହେରା, ବାଦଲ ଦଳ ବେହେରା, ନବୀନ ମଲିକ, ଜ୍ୟୋତିସାଗର ବିଭାର, ମନୋଜ କୁମ୍ଭାର, ସତ୍ୟବାତୀ ସା, ମୁକ୍ତା ଷlଣ୍ଢ, ପ୍ରିୟଙ୍କା ବିଭାର, ରାଜେଶ ରଣା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବାବେଳେ ଅନୁଷ୍ଠାନ ସହ ମୁଖ୍ୟ ବିଶ୍ୱଜିତ ପାତ୍ର ଅତିଥି ପରିଚୟ ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ।