Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଘରୋଇ ହସ୍ପିଟାଲରେ ବଢୁଛି ସିଜରିଆନ୍‌ ଡେଲିଭରି; ଚିନ୍ତାରେ ସ୍ବାସ୍ଥ୍ୟ ବିଭାଗ; ଆରମ୍ଭ ହେବ ଅଡିଟ୍‌

ଭୁବନେଶ୍ବର: ରାଜ୍ୟର ଘରୋଇ ହସ୍ପିଟାଲରେ ସିଜରିଆନ୍‌ ଡେଲିଭରିକୁ ନେଇ ଚିନ୍ତାରେ ସ୍ବାସ୍ଥ୍ୟ ବିଭାଗ। ରାଜ୍ୟର ଘରୋଇ ହସ୍ପିଟାଲରେ ବୃଦ୍ଧି ପାଉଛି ସିଜରିଆନ୍‌ ଡେଲିଭରି। ଏହାକୁ ନେଇ ଏବେ ତତ୍ପରତା ଦେଖାଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଏନେଇ ଅଡିଟ୍ ପାଇଁ ସମସ୍ତ ସିଡିଏମଓକୁ ଚିଠି ଲେଖିଛି ପରିବାର କଲ୍ୟାଣ ବିଭାଗ ।

ରାଜ୍ୟର ଘରୋଇ ହସ୍ପିଟାଲ ଗୁଡ଼ିକରେ ୭୦.୦ ପ୍ରତିଶତ ରହିଛି ସିଜରିଆନ ଡେଲିଭରି। ୨୦୧୫-୧୬ରେ ଓଡ଼ିଶାର ଘରୋଇ ହସ୍ପିଟାଲରେ ୫୩.୭ ପ୍ରତିଶତ ଥିଲା ସିଜରିଆନ୍‌ ଡେଲିଭରି। ଗତ କିଛି ବର୍ଷ ହେଲା ଘରୋଇ ହସ୍ପିଟାଲ ଗୁଡ଼ିକରେ ବଢ଼ୁଛି ସିଜରିଆନ ଡେଲିଭରି।

ତେବେ ଆସନ୍ତା ୧ରୁ ଆରମ୍ଭ ହେବ ଅଡିଟ୍‌ ପ୍ରକ୍ରିୟା। ସିଜରିଆନ୍‌ ଡେଲିଭରି ପାଇଁ ଦିଆଯାଇଥିବା ନିୟମଗୁଡିକୁ ଘ‌ରୋଇ ହସ୍ପିଟାଲଗୁଡିକ ମାନୁଛନ୍ତି କି ନାହିଁ ତାହାର ଅଡ଼ିଟ୍ କରାଯିବ । ଯେଉଁ ଘରୋଇ ହସ୍ପିଟାଲ ସିଜରିଆନ୍ ଡେଲିଭରି କରୁଛନ୍ତି କାହିଁକି କରୁଛନ୍ତି ସେନେଇ ଏଡ଼ିଏମଓ ଓ ସିଡ଼ିଏମଓଙ୍କୁ ରିପୋର୍ଟ ଦେବେ । ଯେଉଁମାନେ ନିୟମ ବାହାରକୁ ଯାଇ ସିଜରିଆନ୍ ଡ଼େଲିଭରି କରୁଛନ୍ତି ସେମାନଙ୍କ କଥା ବିଚାର କରାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ