Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମନ୍ଦିରରେ ବୁଲୁଛନ୍ତି ଲୁଟେରା, ସୁଯୋଗ ଦେଖି କରୁଛନ୍ତି ସୁନା ଚେନ୍ ଗାଏବ

ଭୁବନେଶ୍ବର: ଆଜି କାର୍ତ୍ତିକ ପୂର୍ଣ୍ଣିମା । ସାରା ରାଜ୍ୟରେ ପଞ୍ଚୁକ ଧୁମଧାମରେ ପାଳନ କରାଯିବା ସହ ନିଜ ଅତୀତର ଗୌରବକୁ ମନେ ପକାଇ ଡଙ୍ଗା ଭସାଉଛନ୍ତି । ଆଉ ଡଙ୍ଗା ଭସାଇବା ଦେବାଳୟ ଯାଇ ଠାକୁରଙ୍କ ଦର୍ଶନ କରୁଛନ୍ତି । ଯାହାକୁ ନେଇ ବିଭିନ୍ନ ଦେବାଳୟରେ ଭୋରୁ ଭିଡ଼ ଦେଖିବାକୁ ମିଳୁଛି । ଆଉ ଏହି ଭିଡ଼ର ଫାଇଦା ନେଇ ଲୁଟେରା ସୁନା ଲୁଟୁଛନ୍ତି । ଏମିତି ଏକ ଘଟଣା ରାଜଧାନୀର ନୟାପଲ୍ଲୀରେ ଦେଖିବାକୁ ମିଳିଛି । ଜଣେ ବୟସ୍କା ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟି ନେଇଛନ୍ତି ଲୁଟେରା ।

ଅଭିଯୋଗ ଅନୁସାରେ, ନୟାପଲ୍ଲୀ ବେହେରା ସାହି ଶିବ ମନ୍ଦିରକୁ N5 ଅଞ୍ଚଳର ଲକ୍ଷ୍ମୀପ୍ରିୟା ପତି ଦର୍ଶନ ପାଇଁ ଯାଇଥିଲେ । ମନ୍ଦିରରେ ଭିଡ଼ ଥିବା ବେଳେ ଲୁଟେରା ତାଙ୍କ ବେକରୁ ଚେନ ଛିଣ୍ଡାଇ ନେଇଥିବା ଅଭିଯୋଗ ହୋଇଛି । ଭୋର୍ ସମୟରେ ଡଙ୍ଗା ଭସାଇ ଠାକୁରଙ୍କୁ ଦର୍ଶନ ପାଇଁ ଲାଇନରେ ଛିଡା ହୋଇଥିବା ବେଳେ ସୁନା ଚେନ୍ ଛିଣ୍ଡାଇ ନେଇଥିବା ଅଭିଯୋଗ ହୋଇଛି ।