Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଚିକିତ୍ସା ମଞ୍ଜରୀ ଗ୍ରନ୍ଥକୁ ଜାତୀୟ ସମ୍ପଦ ଘୋଷଣା କରିବାକୁ ରାଜବୈଦ୍ୟ ଗୋପୀନାଥ ଷଡ଼ଙ୍ଗୀ ଜୟନ୍ତୀ ସଭାରେ ଗୁରୁତ୍ୱ

ସମ୍ବଲପୁର:ଆୟୁର୍ବେଦ ପୁନଃ ଅଧିକ ରୁ ଅଧିକ ଗ୍ରହଣୀୟ ହୋଇ ଚାଲିଛି । ତେଣୁ ସମ୍ବଲପୁରର ରାଜବୈଦ୍ୟ ଗୋପୀନାଥ ଷଡ଼ଙ୍ଗୀଙ୍କ ଦ୍ବାରା ରଚିତ ପ୍ରାଚୀନ “ଚିକିତ୍ସା ମଞ୍ଜରୀ” ଗ୍ରନ୍ଥର ଉପାଦେୟତା ବର୍ତ୍ତମାନ ସମୟରେ ପୁନର୍ବାର ବହୁଳ ଭାବରେ ଅନୁଭବ କରାଗଲାଣି। କେନ୍ଦ୍ର ସରକାର ଏହି ଗ୍ରନ୍ଥକୁ ଜାତୀୟ ସମ୍ପଦ ଘୋଷଣା କରି ଗ୍ରନ୍ଥର ମ‌ହତ୍ତ୍ବ ପ୍ରତିପାଦିତ କରିଥିବା ଐତିହାସିକ ଦୀପକ କୁମାର ପଣ୍ଡା କହିଛନ୍ତି।
ରାଜବୈଦ୍ୟ ଗୋପୀନାଥ ଷଡ଼ଙ୍ଗୀ ସ୍ମୃତି ସମିତି ପକ୍ଷରୁ ଏହାର ସଭାପତି ଶ୍ରୀ ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ବକ୍ତା ରୂପେ ଯୋଗଦେଇ ଦୀପକ ପଣ୍ଡା କହିଲେ ଯେ ସମ୍ବଲପୁର ମହାରାଜା ଛତ୍ର ସାଏଙ୍କ ରାଜତ୍ୱ ସମୟରେ ଗୋପୀନାଥ ଷଡ଼ଙ୍ଗୀ ରାଜବୈଦ୍ୟ ଥିଲେ । ଚିକିତ୍ସା ମଞ୍ଜରୀ ର ବିଶେଷତ୍ଵ ସମ୍ପର୍କରେ ସେ ବିଷଦ ଆଲୋଚନା କରିଥିଲେ ।
ଚିକିତ୍ସା ମଞ୍ଜରୀ ଅନେକ ପ୍ରତିଲିପି ଅସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ କରାଯାଇଛି। ରାଜବୈଦ୍ୟଙ୍କ ଆତ୍ମ ପରିଚୟ ଓ ସେତେବେଳର ସମ୍ବଲପୁରର ମହତ୍ତ୍ଵ ସମ୍ପର୍କରେ ଥିବା ସଂକ୍ଷିପ୍ତ ସୂଚନାକୁ ଉଦ୍ଦେଶ୍ୟମୂଳକ ଭାବେ ଅସହିଷ୍ଣୁତା କାରଣରୁ ବାଦ ଦିଆଯାଇଛି। ଗତ ବର୍ଷର ଏକ ପ୍ରକାଶନରେ ରାଜବୈଦ୍ୟଙ୍କ ସମ୍ବଲପୁର ସମ୍ପର୍କୀତ ବର୍ଣ୍ଣନା କୁ ଏଡାଇ ଯାଇ ସମ୍ବଲପୁର ଇତିହାସକୁ କଦର୍ଥ ଏବଂ ଅପମାନଜନକ ଭାବରେ ଦର୍ଶାଯାଇଛି।
ସଭାରେ ଏ ସମ୍ପର୍କରେ ଅଧିକ ଆଲୋଚନା କରାଯାଇ ଉକ୍ତ ପୁସ୍ତକର ସମ୍ପାଦକଙ୍କୁ ସର୍ବସମ୍ମତି କ୍ରମେ ଦୃଢ଼ ନିନ୍ଦା କରାଯାଇଥିଲା ।
ରାଜବୈଦ୍ୟ ସ୍ମୃତି କମିଟିର ସମ୍ପାଦକ ଜନ୍ମେଜୟ ବାବୁ ସ୍ବାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଅମୀୟ ପାଣି ଧନ୍ୟବାଦ ଅର୍ପଣ କରିଥିଲେ।