Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜ୍ୟୋତି ର ୩୭ ତମ ପ୍ରତିଷ୍ଠା ଦିବସ ପାଳିତ

ସମ୍ବଲପୁର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସ୍ଵେଚ୍ଛାକୃତ ଚକ୍ଷୁଦାନ ଓ ଭିନ୍ନକ୍ଷମ କଲ୍ୟାଣ ସଂସ୍ଥା “ଜ୍ୟୋତି ”
ଅନୁଷ୍ଠାନ ର ୩୭ ତମ ପ୍ରତିଷ୍ଠା ଦିବସ, ଗୋବିନ୍ଦତୋଲା ସ୍ଥିତ “ଆନନ୍ଦ ମାର୍ଗ” ଆଶ୍ରମରେ ପାଳିତ ହୋଇଯାଇଅଛି। ସଭାପତି ଡଃ ପରେଶ ଚନ୍ଦ୍ର ଦାନୀ ଙ୍କ ଅଧ୍ୟକ୍ଷତା ରେ, ଚକ୍ଷୁ ସୁରକ୍ଷା ଓ ଚକ୍ଷୁର ଯତ୍ନ ଉପରେ ଏକ ସଚେତନତା ସଭା ଓ ଚକ୍ଷୁ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା।
ଏହି ସଭାରେ”ଜ୍ୟୋତି”ର ସଭାପତି ଡଃ ଦାନୀ ଚକ୍ଷୁଦାନ ଉପରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ସଂଯୋଜକ କଳ୍ପନା ମିଶ୍ର ପ୍ରାରମ୍ଭିକ ବକ୍ତବ୍ୟ ରେ ଅନୁଷ୍ଠାନର ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ଉପସ୍ଥାପନା କରିଥିଲେ। ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞଙ୍କ ଡ଼ାଃ ସୁରେଶ ଚନ୍ଦ୍ର ଦାନୀ ଚକ୍ଷୁ ସୁରକ୍ଷା ଓ ଚକ୍ଷୁର ଯତ୍ନ ଉପରେ ବିସ୍ତୃତ ବର୍ଣ୍ଣନା କରି ବୁଝାଇ କହିଥିଲେ। ଆନନ୍ଦ ମାର୍ଗ ଆଶ୍ରମର ମୂଖ୍ୟ ସଂଚାଳକ ଆଚାର୍ଯ୍ୟ ରୁଦ୍ର ଦେବାନନ୍ଦ ତାଙ୍କ ବକ୍ତବ୍ୟରେ ଆଧ୍ୟାତ୍ମିକ ସଚେତନତା ଉପରେ ଆଜିର ସମାଜରେ ସୁନାଗରିକ ହେବାପାଇଁ ଚରିତ୍ର ଗଠନର ଆବଶ୍ୟକତା ଉପରେ ଉପସ୍ଥାପନା କରିଥିଲେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ ପ୍ରଶ୍ନତ୍ତୋରୀ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା, ଉପସ୍ଥିତ ଛାତ୍ର ଓ ବ୍ୟକ୍ତିବିଶେଷଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଅତି ସରଳ ଭାବରେ ଦେଇ ଥିଲେ ଡ଼ାଃ ଦାନୀ ମହୋଦୟ, କିଛି ବ୍ୟକ୍ତି ସ୍ୱ ଇଚ୍ଛାରେ ଚକ୍ଷୁଦାନ ପ୍ରତିଜ୍ଞା ପତ୍ରରେ ସ୍ଵାକ୍ଷର ମଧ୍ୟ କରିଥିଲେ। ସଭା ଶେଷରେ ଉପସଭାପତି ଅଖିଳ ରଞ୍ଜନ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ପରେ ଚକ୍ଷୁ ପରିକ୍ଷା ଶିବିର ଆରମ୍ଭ ହୋଇଥିଲା। ଏହାକୁ ପରିଚାଳନା କରିଥିଲେ ,ତାପସ ଦାସ ଏବଂ ସତ୍ୟନାରାୟଣ ଠାକୁର ସହଯୋଗ କରିଥିଲେ,ବରଷ୍ଠ ସଦସ୍ୟ ରତ୍ନ ଭୂଷଣ ପୃଷେଠ,ଅଶୋକ ମିଶ୍ର,ପ୍ରଶାନ୍ତ ପାଟଯୋଶୀ, ବଦ୍ରିନାରାୟଣ ହୋତା, ନିଗମାନନ୍ଦ, ଏବଂ ଅନ୍ୟ ମାନେ।ଏହି ଶିବିର ରେ ଚକ୍ଷୁ ପରୀକ୍ଷା ସହ ଚଷମା ମଧ୍ୟ୍ୟ ପରୀକ୍ଷା କରାଯାଇ ଚକ୍ଷୁ ପାଇଁ ପରାମର୍ଶ ପ୍ରଦାନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ