Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅରଡ଼ାବାହାଲ କଲେଜରେ ଜନ ଜାତି ଗୌରବ ଦିବସ ସମାରୋହ ପାଳିତ

ସମ୍ବଲପୁର : ଓଡ଼ିଶା ସରକାର ଙ୍କ ଜାତି, ଜନ ଜାତି,ପଛୁଆ ବର୍ଗ ଓ ସଂଖ୍ୟା ଲଘୁ ବିଭାଗ ଦ୍ଵାରା ପରିଚାଳିତ ଅର୍ଡା ବାହାଲ ସ୍ଥିତ ଯୁକ୍ତ ଦୁଇ ମହିଳା କଲେଜ ପକ୍ଷରୁ ଆଜି କଲେଜ୍ ପ୍ରାଙ୍ଗଣରେ ଅଧ୍ୟକ୍ଷ ଡ଼. ରଞ୍ଜନ କୁମାର ନାଏକ ଙ୍କ ସଭାପତିତ୍ବରେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ସହୀଦ ବୀର ବିର୍ସା ମୁଣ୍ଡ। ଙ୍କ ଜୟନ୍ତୀ କୁ ଜନ ଜାତି ଗୌରବ ଦିବସ ଭାବରେ ପାଳିତ ହୋଇ ଯାଇଛି ।ଏଥିରେ ବିଶିଷ୍ଟ ପରିବେଶବିତ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଧର୍ତି ଆବା ମାତ୍ର ପଚିଶ ବର୍ଷ ବୟସରେ ଦେଶ ପାଇଁ ଦେଇ ଥିବା ଅବଦାନ ର ଭୂୟିଅସି ପ୍ରଶଂସା କରିଥିଲେ । ମୁଖ୍ୟ ବକ୍ତା ଭାବରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଓ ଜନ ଜାତି ସାମାଜିକ କର୍ମୀ କରୁଣା କର କିସାନ ଯୋଗ ଦେଇ ବିର୍ସା ଜି ଙ୍କ ଜମି, ଜଳ ଓ ଜଙ୍ଗଲ ପାଇଁ କରିଥିବା ସଂଗ୍ରାମ ସମ୍ପର୍କରେ ବର୍ଣ୍ଣନା କରିଥିଲେ ।ଅନ୍ୟ ମନସ୍କ ମଧ୍ୟରେ ମହିଳା ସାମାଜିକ କର୍ମୀ ପଦ୍ମିନୀ ବଙ୍କରା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସଦାଶିବ ଭୋଇ, ଆଇ ସି ଡି ଏସ କ୍ଷେତ୍ର ପରିଦର୍ଶକ ଜୟଶ୍ରୀ ଗର୍ଡିଆ, ସ୍ଥାନୀୟ ସରପଂଚ ସୁଲେଶ୍ୱରି ମାଝୀ, ସମିତି ସଭ୍ୟା ଚଂପା ବତି ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଶିକ୍ଷାନୁଷ୍ଠାନ ର ଏକ ଅଂଶ ବିଶେଷ ଅଭିଭାବକ ମାନେ ମଧ୍ୟ ଅଟନ୍ତି ବୋଲି ମତ ବ୍ୟକ୍ତ କରିଥିଲେ । ଏହି କର୍ଯ୍ୟକ୍ରମ ପ୍ରାରମ୍ଭରେ ପଦାର୍ଥ ବିଜ୍ଞାନ ଅଧ୍ୟାପିକା ଶୁଭ ଲକ୍ଷ୍ମୀ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ ସହ ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଛାତ୍ରୀ ସୁପ୍ରିୟା ଗଡ଼ନାୟକ ଓ ଦଳ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ ।ଦିବସ ବ୍ୟାପୀ ଏହି କାର୍ଯ୍ୟକ୍ରମ ର ଦ୍ଵିତୀୟ ଅଧିବେସନ ରେ ଅଭିଭାବକ ଓ ଛାତ୍ରୀ ଗଣ ଭାଷଣ ଦେଇ ଶିକ୍ଷାନୁଷ୍ଠାନ ର ଶିକ୍ଷାଦାନ ପଦ୍ଧତିରେ ଉଚ୍ଚ ପ୍ରଶଂସା କରିବା ସହ ବିଭିନ୍ନ ବିଭାଗ ରେ ବିଜ୍ଞାନ ସହାୟକ ନିଯୁକ୍ତି ଦେବା ଓ ସିଟ ବୃଦ୍ଧି କରିବା ସହ ସ୍ଥାନୀୟ ଛାତ୍ରୀ ମାନଙ୍କୁ ଅଧିକ ସୁଯୋଗ ଦେବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅଧିବେଶନ ରେ ପୂର୍ବ ରୁ ଆୟୋଜିତ ରଙ୍ଗୋଲି , ତର୍କ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ର କୃତ୍ତି ପ୍ରତିଯୋଗୀ ଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ ।ଶେଷରେ ରସାୟନ ବିଜ୍ଞାନ ଅଧ୍ୟାପକ ଗୁରୁଜନ ଖୁଣ୍ଟିଆ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଶୁଣିମା ନାଏକ, ଉଦୟ ପାଣିଗ୍ରାହୀ ,ବାସନ୍ତୀ ପଟେଲ ପ୍ରମୁଖ ସହଯୋଗ କରିଥିଲେ । ଛାତ୍ରୀ ଗଣ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିବା ବେଳେ ସି ସି ଡି ଏସ ଓ ବ୍ଲକ ପକ୍ଷରୁ ବିଭିନ୍ନ ଷ୍ଟଲ୍ ମାଧ୍ୟମରେ ଜନ ସଚେତନତା ପ୍ରକାଶ କରିଥିଲେ । ଛାତ୍ରୀ ଙ୍କ ସହ ତାଙ୍କ ପିତା ମାତା ଓ ଅନ୍ୟ ଜନଜାତିର ଲୋକେ ମଧ୍ୟ ଅଂଶ ଗ୍ରହଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories