Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶାନ୍ତିନଗର ଉନ୍ନୟନ କାର୍ଯ୍ୟପ୍ରତି ଦୃଷ୍ଟି ରହିବ-ସାଂସଦ ପ୍ରଦୀପ ପୁରୋହିତ

ସମ୍ବଲପୁର:ବରଗଡ଼ ପୈାରପାଳିକା ଅନ୍ତର୍ଗତ ୱାର୍ଡ ନ ୧୬ ଶାନ୍ତି ନଗର ରେ ଅନୁଷ୍ଠିତ ଅଏଁଲା ତଳ ଉତ୍ସବ ରେ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶାନ୍ତି ନଗର ର ଏହି ମହାନ କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଯତପରୋନାସ୍ତି ଏ ଅଞ୍ଚଳର ସମସ୍ୟା ର ସମାଧାନ କରିବାକୁ ଚେଷ୍ଟା କରିବି !
ଏହି ପରିପ୍ରେକ୍ଷିରେ ସୁବାସ ଅଗ୍ରୱାଲ ଙ୍କ ବାସଭବନ ପ୍ରାଙ୍ଗଣରେ ଚତୁର୍ଥ ଆଇଁଲାତଳ ଉତ୍ସବ ପାଳନ ଅବସରରେ ସାଂସଦ ଶ୍ରୀ ପୁରୋହିତ ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ I ପଡା ର ସମସ୍ତ ପରିବାର ଯୋଗଦେଇ ଉତ୍ସାହ ସହିତ ପାଳନ କରିଥିଲେ I ସନ୍ଧ୍ୟା ରେ ପୂଜାପାଠ ସହ ଭଜନ ସଂଗୀତ, ମହିଳା ଓ ଶିଶୁ ମାନଙ୍କ ମଧ୍ୟରେ ନୃତ୍ୟ ଓ ଆମୋଦପୁର୍ଣ ପ୍ରତିଯୋଗିତା ଆୟୋଜନ ହୋଇଥିଲା I ଭଜନ କାର୍ଯ୍ୟକ୍ରମରେ ସର୍ବଶ୍ରୀ ନିର୍ମଳ କର, ଅଶୋକ ପଶାୟତ, ଅରବିନ୍ଦ ବିଶ୍ୱାସ ଓ ଶ୍ରୀମତୀ ଇପ୍ସିତା ମିଶ୍ର ଦାଶ ଭଜନ ଗାନକରି ପରିବେଶ କୁ ଭକ୍ତିମୟ କରିଥିଲେ I
ଏହି ଉତ୍ସବର ଉଦଯାପନୀ ସଭା ରେ ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ I ସଭାପତି ଶ୍ରୀ ଗୋବିନ୍ଦ ଦାଶ ତାଙ୍କର ସ୍ୱାଗତ ଭାଷଣରେ ପଡାର ବିକାଶ ଉପରେ ଆଲୋକପାତ ସହ ପଡାବାସୀଙ୍କ ଅକୁଣ୍ଠ ସହଯୋଗ କାମନା କରିଥିଲେ !
ଏହି ଉତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ସନ୍ତୋଷ ଦାଶ, ଗୋଲକ ଦାଶ, ବିଜୟ ସାହୁ, ଶଶୀରଞ୍ଜନ, ସୁଶାନ୍ତ ଦାଶ, ବାବୁ ଦୋରା, ବେଦାନ୍ତ ମିଶ୍ର,ସୁଦାମ ଦାଶ,ତୁଳସୀ ଚରଣ ଦାଶ ଶ୍ରୀମତୀ ପ୍ରଭା ସାହା,ଜ୍ୟୋସ୍ନା ମୟୀ ଦାଶ ଆଦି ଯୋଗଦେଇ ସକ୍ରିୟ ଅଂଶ ଗ୍ରହଣ କରିଥିଲେ I ପରିଶେଷ ରେ କମିଟିର ଉପ ସଭାପତି ସୁରେଶ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ