Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଶିଶୁ ଦିବସ ଅବସରରେ ବିଜ୍ଞାନ ଭବନ ଗୃହ ଉତଘାଟନ ଓ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା

ସମ୍ବଲପୁର /ମାନେଶ୍ଵର: ପବିତ୍ର ଶିଶୁ ଦିବସ ଅବସରରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୁଣ୍ଟି ଚକୁଳି ଠାରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିନାୟକ ପାଣିଗ୍ରାହୀ ଙ୍କ ସଭାପତିତ୍ୱ ରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମାନେଶ୍ଵର ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଦ୍ୟାଳୟ ପାଇଁ ଏକ ବିଜ୍ଞାନ ଭବନ କୁ ଶୁଭ ଉତଘାଟନ କରିଥିଲେ l ସାମାଜିକ କର୍ମୀ ଗୋପୀ ରଞ୍ଜନ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବିଦ୍ୟାଳୟ ର ଉନ୍ନତି ନିମନ୍ତେ ଦଶ ହଜାର ଟଙ୍କାର ଏକ ଚେକ ପ୍ରଦାନ କରିଥିଲେ l ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ସୀତାରାମ ଭୋଇ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଧିକାରିଣୀ ଶ୍ରୀମତୀ ତନୁଜା ମହାପାତ୍ର, ଶ୍ରୀମତୀ ଲଜିତା ପ୍ରଧାନ, ସ୍ଥାନୀୟ ସି ଆର ସି ସି ମନୋରଞ୍ଜନ ମେହେର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀମତୀ ଟିକେଶ୍ବରୀ ବିଶି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କ ବୈଜ୍ଞାନିକ ମନୋଭାବ କୁ ବେଶ ପ୍ରଶଂସା କରିଥିଲେ l କାର୍ଯ୍ୟକ୍ରମ ରେ କନିଷ୍ଠ ବର୍ଗ ରୁ ୧୫ ଟି ଓ ବରିଷ୍ଠ ବର୍ଗ ରୁ ୧୬ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା l କନିଷ୍ଠ ବର୍ଗରେ ଗାୟତ୍ରୀ ରଣା ପ୍ରଥମ, ସାଇନl ରଣା ଦ୍ଵିତୀୟ, ରେଖା ରାଣୀ ମେହେର ତୃତୀୟ, ସେହିପରି ବରିଷ୍ଠ ବର୍ଗରେ ବିଦ୍ୟୁସ୍ମିତା ଛନ୍ଦ ପ୍ରଥମ, ରୁବି ଖମାରି ଦ୍ଵିତୀୟ ଓ ରିନୁ କର୍ଣ ତୃତୀୟ ସ୍ଥାନ ଅଧିକାର କରିଥଲେ l ମୁରl ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ମନୋଜ ସେଠ, ବତେମୁରା ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଗୁରୁଚରଣ ନାଏକ, ସାହସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଘନଶ୍ୟାମ ପାଣ୍ଡେ ବିଚାରକ ଭାବରେ ଯୋଗଦାନ କରିଥିଲେ l ବିଦ୍ୟାଳୟ ର ସହକାରୀ ଶିକ୍ଷୟିତ୍ରୀ ରୋଜି ନାୟକ, ସୁନନ୍ଦା ଚାନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଶିଶାମଣୀ ବଢ଼େଇ ଧନ୍ୟବାଦ ଅର୍ପଣ କରିଥିଲେ।