Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁରରେ ଜାତୀୟ ପ୍ରେସ ଦିବସ

ସମ୍ବଲପୁର: ସମ୍ବଲପୁର ପ୍ରେସ କ୍ଳବ ସଭା ଗୃହ ପରିସର ମଧ୍ୟରେ ଜାତୀୟ ପ୍ରେସ ଦିବସ -୨୦୨୪ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ପ୍ରେସ କ୍ଳବ ପକ୍ଷରୁ ଆୟୋଜିତ ଏହି ଦିବସ ରେ ମୁଖ୍ୟ ଅତିଥି ରୂପେ ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ବିଧୁଭୂଷଣ ମିଶ୍ର ଯୋଗ ଦେଇ ସାମ୍ବାଦିକଙ୍କ ଭୂମିକା ସମାଜ ପରିବର୍ତ୍ତନ ପାଇଁ ଖୁବ ଗୁରୁତ୍ୱ ପୂର୍ଣ୍ଣ ହୋଇଥିବାରୁ ସମାଜ ପ୍ରତି ସାମ୍ବାଦିକଙ୍କ ସ୍ୱତନ୍ତ୍ର ସ୍ଥାନ ରହିଥିବା ସମ୍ପର୍କରେ କହିଥିଲେ । ମୁଖ୍ୟ ବକ୍ତା ରୂପେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଅଜାମ୍ବର ମହାନ୍ତି ଯୋଗ ଦେଇ ଜାତୀୟ ପ୍ରେସ ଦିବସ ରେ ସମାଜ ରୁ ପ୍ରତ୍ୟେକ ସ୍ତର ନାଗରିକ ଙ୍କୁ ସୁରକ୍ଷା, ଅଧିକାର ଏବଂ ସମାଜରେ ମୁଖ୍ୟ ସ୍ରୋତ ରେ ସାମିଲ କରିବାକୁ ସାମ୍ବାଦିକ ଙ୍କ ଭୂମିକା ଅତୁଳନୀୟ ଅଟେ ବୋଲି କହିଥିଲେ। ସମ୍ମାନିତ ଅତିଥି ରୂପେ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ସଂଯୁକ୍ତା କୁଲୁ ଯୋଗଦେଇ ସତ୍ୟର ସନ୍ଧାନ ଓ ସାମାଜିକ ପରିବର୍ତ୍ତନ ଦିଗରେ ସାମ୍ବାଦିକଙ୍କ ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ।ପ୍ରାରମ୍ଭରେ ପ୍ରେସ କ୍ଳବ ସମ୍ପାଦକ ଭବାନୀଷ ଭୋଇ ସ୍ୱାଗତ ଭାଷଣ ଦେଇ ବର୍ତ୍ତମାନ ଗଣମାଧ୍ୟମ ର ବୈପ୍ଲବିକ ପରିବର୍ତ୍ତନ ଓ ସୁଯୋଗ ଆସିଅଛି। ପ୍ରେସ ଏକ ସମନ୍ଵୟ ସ୍ଥାପନ କରି ବିକାଶ ର ସଜାଗ ପ୍ରହରୀ ରୂପେ କାର୍ଯ୍ୟ କରିଥାଏ ବୋଲି କହିଥିଲେ। ସଭାରେ ପ୍ରେସ କ୍ଳବ ସଭାପତି ବିକ୍ରମ ପ୍ରଧାନ ଅଧ୍ୟକ୍ଷତା କରି ପ୍ରଥମ ସୂଚନା ବେଶ କ୍ଷମତା ଶୀଳ ହୋଇଥାଏ ତେଣୁ ସାମ୍ବାଦିକତାର ଦିଗ ଓ ଗତିରେ ପରିବର୍ତ୍ତନ ଆସିଥିବା କହିଥିଲେ ବୋଲି । ସଭା ରେ ଜିଲ୍ଲା ସ୍ତରୀୟ ସାମ୍ବାଦିକ ମାନେ ଯୋଗ ଦେଇଥିଲେ। ଶେଷ ରେ ଜ୍ଞାନ ଭୋଇ ଧନ୍ୟବାଦ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ