Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଵିଶ୍ଵ ଭାରତୀ ସମାବେଶ

ସମ୍ବଲପୁର: ଭାରତୀ ସମାଜ ଅନ୍ତଃରାଷ୍ଟ୍ରୀୟ ସଂଗଠନ ପକ୍ଷରୁ ସମ୍ବଲପୁରରେ ଦୁଇଦିନିଆ ବିଶ୍ଵ ଭାରତୀ ସମାବେଶ ଆରମ୍ଭ ହୋଇଛି। ଭାରତୀ ସମାଜ ର ଅନ୍ତଃରାଷ୍ଟ୍ରୀୟ ସଂଯୋଜକ ପଣ୍ଡିତ ଦେବେନ୍ଦ୍ର ଦତ୍ତ ଶର୍ମା ଏବଂ ପ୍ରବୀନ ଶର୍ମା ସମ୍ବଲପୁର ପହଞ୍ଚିବା ପରେ ରାଜ୍ୟ ସଂଯୋଜକ ଡ଼ ସ୍ବୟଂ ପ୍ରକାଶ ପଣ୍ଡା ତାଙ୍କୁ ସ୍ବାଗତ କରିଥିଲେ। ଦିନବେଳା ହୀରାକୁଦ ବନ୍ଧ, ସମଲେଇ ମନ୍ଦିର, ଆଇଆଇଏମ୍ ଆଦି ବୁଲି ଦେଖିଥିଲେ। ଏହାପରେ ସଂନ୍ଧ୍ୟାରେ ଭିଏସ ଏସ ମାର୍ଗ ସ୍ଥିତ ଏକ ହୋଟେଲ ରେ ଭାରତୀ ସମାଜ ସଂଗଠନ ର ସଦସ୍ୟ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଦେଶରେ ରହୁଥିବା ଭାରତୀ ବ଼ଂଶଧର ମାନଙ୍କୁ ଏକଜୁଟ କରିବା ଲକ୍ଷ୍ୟରେ ୨୦୦୧ ମସିହାରେ ଭାରତୀ ସମାଜ ପ୍ରତିଷ୍ଠା କରାଯିବାର ୨୪ ବର୍ଷରେ ସମ୍ବଲପୁର ରେ ପର୍ଯ୍ୟଟନ ର ବିକାଶ ପାଇଁ ବିଶ୍ଵ ଭାରତୀ ସମାବେଶ ର ଆୟୋଜନ କରାଯାଉଛି। ଏହାସହ ସମ୍ବଲପୁର ର ଅନାଲୋଚିତ ଦ୍ବିତୀୟ ବୁଦ୍ଧ ଗୁରୁ ପଦ୍ମ ସମ୍ଭବ ଙ୍କର‌ ଜନ୍ମସ୍ଥାନ ସମ୍ବଲପୁର ବିଷୟରେ ଲୋକଙ୍କୁ ଅବଗତ କରାଇବାକୁ ଚେଷ୍ଟା କରାଯିବ । ସମ୍ବଲପୁର ସହରକୁ ଭାରତୀ ଲୋକ ମାନଙ୍କ ପାଇଁ ଅନ୍ତଃରାଷ୍ଟ୍ରୀୟ କେନ୍ଦ୍ର ଭାବରେ ବିକଶିତ କରିବା ଦିଗରେ ଭାରତୀ ସମାଜ ଆଗକୁ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ବୈଠକରେ ଭାରତୀ ସମାଜ ର ଅନ୍ତଃରାଷ୍ଟ୍ରୀୟ ସଂଯୋଜକ ପଣ୍ଡିତ ଦେବେନ୍ଦ୍ର ଦତ୍ତ ଶର୍ମା କହିଛନ୍ତି। ଏହାସହ ଭାରତୀ ସଂସ୍କୃତି କୁ ବିଶ୍ୱ ଦରବାରରେ ଲୋକପ୍ରିୟ କରିବା ଦିଗରେ ଭାରତୀ ସମାଜ ବିଭିନ୍ନ ଦେଶରେ କରୁଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ପଣ୍ଡିତ ଦେବେନ୍ଦ୍ର ଦତ୍ତ ଶର୍ମା ସୂଚନା ଦେଇଥିଲେ। ଆସନ୍ତା କାଲି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ରେ। ବିଶ୍ଵ ଭାରତୀ ସମାବେଶ ର ଆଲୋଚନା ଚକ୍ରରେ
ଆମେରିକା କାଲିଫର୍ଣ୍ଣିଆ ରୁ ଆସିଥିବା ଭାରତୀ ସମାଜ ର ଅନ୍ତଃରାଷ୍ଟ୍ରୀୟ ସଂଯୋଜକ ପଣ୍ଡିତ ଦେବେନ୍ଦ୍ର ଦତ୍ତ ଶର୍ମା, ୟୂଏଇ ରାଷ୍ଟ୍ରୀୟ ସଂଯୋଜକ ନିପନ ଭୋଇ,
ଭୁବନେଶ୍ବରର ବୋୖଦ୍ଧ ଗବେଷକ ପ୍ରବୀର ପଟ୍ଟନାୟକ, ଡ଼ ଅନୀତା ସାବତ,ବୋୖଦ୍ଧ ଗବେଷକ, ସମ୍ବଲପୁର ରୁ ଦୀପକ କୁମାର ପଣ୍ଡା ପ୍ରମୁଖ ସାମିଲ ହେବେ । ଗଙ୍ଗାଧର ମେହେର ମହାବିଦ୍ୟାଳୟ ର ଇତିହାସ ବିଭାଗର ମୁଖ୍ୟ ଅତୁଳ କୁମାର ପ୍ରଧାନ ସଂଯୋଜନା କରିବେ। ଆଜିର ବୈଠକରେ ଭାରତୀ ସମାଜର ସଂଚାଳକ ଭବାନୀଶ ଭୋଇ, ମହାସଚିବ ଦେବୀପ୍ରସାଦ ଭୋଇ, ଜିଲ୍ଲା ସଂଯୋଜକ କିଶୋର ଧରେଇ, ରାଜେଶ ସ୍ବାଇଁ ପ୍ରମୁଖ ସାମିଲ ହୋଇଥିଲେ।